ଓଡିଶା

odisha

ଜଳାଶୟ ନିକଟ ଗାଁରେ ଜଳକଷ୍ଟ, ଧାଡ଼ିରେ ଲାଗିଛନ୍ତି ଗରା ବାଲଟି

By

Published : Apr 12, 2022, 10:24 AM IST

ଖରାଦିନ ଆରମ୍ଭରୁ ପାଣି ପାଇଁ ହାହାକାର। ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। କୋରାପୁଟ ଡୁମୁରିଗୁଡ଼ା ଗ୍ରାମରେ ଜଳସଙ୍କଟ ଭୋଗୁଛନ୍ତି ଗ୍ରାମବାସୀ। ଅଧିକ ପଢ଼ନ୍ତୁ

water problem in koraput
ପାଣି ପାଇଁ ହାହାକାର, ଧାଡ଼ି ଲମ୍ବୁଛି ଗରା ବାଲଟି

କୋରାପୁଟ:ଖରାଦିନ ଆରମ୍ଭରୁ ପାଣି ପାଇଁ ହାହାକାର। ପାଣି ମୁନ୍ଦାଏ ପାଇଁ ଲୋକଙ୍କୁ ବହୁ କଷ୍ଟ କରିବାକୁ ପଡୁଛି। କୋରାପୁଟ ଡୁମୁରିଗୁଡ଼ା ଗ୍ରାମରେ ଜଳସଙ୍କଟ ଭୋଗୁଛନ୍ତି ଗ୍ରାମବାସୀ। ଜଳ ସମସ୍ୟା ନେଇ କ୍ଷୋଭ ପ୍ରକାଶ କଲେ ଗ୍ରାମବାସୀ।

ପାଣି ପାଇଁ ହାହାକାର, ଧାଡ଼ି ଲମ୍ବୁଛି ଗରା ବାଲଟି

ଡୁମୁରିଗୁଡ଼ା ଗ୍ରାମରେ ତିନୋଟି ନଳକୂଅ ରହିଛି। ମାତ୍ର ସେଥିରୁ ତିନି ଗରା ପାଣି ବାହାରିବା କଷ୍ଟ ହୋଇପଡ଼ିଛି। ସୁଦୂର ଡୁମୁରିପୁଟରୁ ଆସିଥିବା ପାଇପ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଭରସା କରିବା କଷ୍ଟକର ହେବାରୁ ଗ୍ରାମବାସୀ ଅଟୋ ଯୋଗେ ବାହାରୁ ପାଣି ବୋହି ଆଣୁଥିବା ଗ୍ରାମବାସୀ କହିଛନ୍ତି। ଏପରିକି ପାଣି ଅଭାବରୁ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଅସୁବିଧା ହେଉଥିବା ଅଙ୍ଗନବାଡ଼ି କର୍ମୀ କ୍ଷୋଭ ପ୍ରକାଶ କରିଛନ୍ତି ।

ପାଣି ଟୋପେ ପାଇଁ ଜାତୀୟ ରାଜପଥ ପାର ହୋଇ ନଳକୂପରୁ ପାଣି ଆଣିବାକୁ ପଡୁଛି। ହେଲେ ଦୁର୍ଘଟଣା ଭୟକୁ ଛାତିରେ ଧରି ପାଣି ବୋହିବା ସବୁ ବେଳେ ସମ୍ଭବ ହେଉନାହିଁ । ଅପର ପକ୍ଷରେ କୋଲାବ ଜଳଭଣ୍ଡାରର ଜଳ ସ୍ତର କମିଯିବା କାରଣରୁ ଗ୍ରାମରେ ଘୋର ଜଣ ସଙ୍କଟ ଦେଖା ଦେଇଛି। ଅନ୍ୟପଟେ ଗ୍ରାମରେ ଭୂତଳ ଜଳକୁ ଆଧାର କରି କିମ୍ବା ଜଳଭଣ୍ଡାରରୁ ପାଣି ଉଠାଇ ବଡ଼ ଟାଙ୍କି ବସାଇ ପାରିଲେ ଗ୍ରାମବାସୀଙ୍କ ଜଳକଷ୍ଟ ଦୂର ହୋଇପାରନ୍ତା ବୋଲି ଗ୍ରାମବାସୀଙ୍କ ମତ ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details