ଓଡିଶା

odisha

ETV Bharat / state

ବନ୍ଧ୍ୟା ମେରୁର ସବୁଜ ବିନ୍ଧାଣୀ

ପାଣି ନଥିବା ଯୋଗୁଁ ଗାଁ ଚାରିପାଖେ ଥିବା ଚାଷ ଜମିରେ କେବଳ ବର୍ଷାଦିନେ ଚାଷ କରିପାରୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ଦୂରରେ ଥିବା ପର୍ବତ ମଧ୍ୟରେ କୁନ୍ତୀଝୋଲାରୁ ଝରି ଆସୁଥିବା ପାଣିକୁ ଗାଁ କ୍ଷେତ ପର୍ଯ୍ୟନ୍ତ ଆଣିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ । ଯାହା ଫଳରେ ସୁନାର ଫସଲରେ ହସୁଛି କ୍ଷେତ ।

By

Published : May 10, 2019, 11:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁକିଛି । ଇଚ୍ଛା ଥିଲେ ପଙ୍ଗୁ ଲଙ୍ଗତେ ଗିରି । ଯେଉଁ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲା ପାନ୍ତଲୁଙ୍ଗ ପଞ୍ଚାୟତ କାଠୁଆ ଗାଁର ଚାଷୀ । ନିଜ ଉଦ୍ୟମରେ ପାହାଡ ଝରରୁ ଝରି ଆସୁଥିବା ପାଣିକୁ କ୍ଷେତକୁ ଆଣି ସୁନାର ଫସଲ ଫଳାଇବାରେ ସଫଳ ହୋଇଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚାଷୀଙ୍କ ଏଭଳି ପ୍ରୟାସ ଯୋଗୁଁ କ୍ଷେତରେ ବିଛେଇ ହୋଇଛି ସବୁଜିମା ଫସଲ । ଧାନ, ପନିପରିବା, ସୂର୍ଯ୍ୟମୁଖି, ମକା ଭଳି ବିଭିନ୍ନ ଫସଲରେ ହସୁଛି କ୍ଷେତ । ଦିନ ଥିଲା କେବଳ ବର୍ଷା ଦିନେ ଚାଷ କରିପାରୁଥିଲେ ଚାଷୀ । କିନ୍ତୁ ଆଉ ସେ ହିନ ନାହିଁ । ନିଜ ଉଦ୍ୟମରେ ପାହାଡ ପର୍ବତ ମଧ୍ୟରେ କୁନ୍ତଝୋଲା ଝରି ଆସୁଥିବା ପାଣିକୁ ଗାଁ କ୍ଷେତକୁ ଆଣି ପାରିଛନ୍ତି ।

ତେବେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲୁଥିବାରୁ ସଠିକ୍ ଭାବେ ଝର ପାଣି କ୍ଷେତକୁ ଆସି ପାରୁନାହିଁ । ତେଣୁ ନାଳ ନୁହେଁ ପାଇପ ଯୋଗେ ପାଣି ଆଣିବାକୁ ଚାହୁଁଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏହି ଇଚ୍ଛାକୁ ସମ୍ମାନ ଜଣାଇ ସାହାଯ୍ୟ କରିଛି ପ୍ରଗତି ସ୍ବେଚ୍ଛାସେବୀ ସଙ୍ଗଠନ । ନାଳ ନୁହେଁ ବଂର ପାଇପ ଯୋଗେ ପାଣି ପହଁଞ୍ଚାଇବାକୁ ସଙ୍ଗଠନ ପ୍ରତିଶୃତି ଦେଇଛି । ଏହାକୁ ନେଇ ବେଶ୍ ଆନନ୍ଦିତ ହୋଇ ପଡିଛନ୍ତି ଗ୍ରାମବାସୀ ।

ଗୋଟିଏ ପଟେ ଚାଷ ସମସ୍ୟା ପାଇଁ ଚାଷୀ ଆତ୍ମହତ୍ୟା କରୁଛି । ଅନ୍ୟପଟେ ନିଜ ସମସ୍ୟାରେ ଭାଙ୍ଗି ନପଡି ନିଜ ଦମରେ ଆତ୍ମନିର୍ଭରଶୀଳ ହେବାର ବାଟ କାଢିଛନ୍ତି ଏଠାକର ଚାଷୀ ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details