ଭୁବନେଶ୍ବର:ଜୟପୁର ବିକ୍ରମଦେବ କଲେଜ ହେଲା ୟୁନିଭର୍ସିଟି। ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀଙ୍କ ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।
ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରିଥିବା ବେଳେ ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା । ଏହାକୁ ପ୍ରତିଷ୍ଠିତ ହେବା ପାଇଁ ରାଜା ବିକ୍ରମ ଦେବ ବର୍ମା ପ୍ରାୟ 15 ଏକର ଜାଗା ଓରାଜା ବିକ୍ରମ ଦେବ ବର୍ମା ଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଏହି ମହାବିଦ୍ୟାଳୟକୁ ବିକ୍ରମ ଦେବ ମହାବିଦ୍ୟାଳୟ ଭାବେ ନାମକରଣ କରାଯାଇଥିଲା ।