କୋରାପୁଟ:ଜୟପୁର ସହରର ପୃଥକ ପୃଥକ ସ୍ଥାନରୁ ୨ଟି ମୃତଦେହ ଉଦ୍ଧାର । ସହରର ପାରାବେଡା ନିକଟସ୍ଥ ଶ୍ରୀରାମ ନଗରରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ନବଜାତ ଶିଶୁଟିକୁ ଗତକାଲି ବିଳମ୍ବିତ ରାତିରେ କେହି ଫୋପାଡି ଚାଲିଯାଇଥିବା ବେଳେ ଆଜି ସକାଳ ସମୟରେ ଏହା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ଦେବାପରେ ପୋଲିସ ପୌର ପାଳିକା ଓ ମେଡିକାଲ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଶିଶୁଟିକୁ କିଏ ଓ କାହିଁକି ଶିଶୁଟିକୁ ଫୋପାଡି ଦେଇଚାଲିଗଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଜୟପୁରରୁ ଗୋଟିଏ ଦିନରେ ଦୁଇଟି ମୃତଦେହ ଉଦ୍ଧାର - ପୋଲିସ
ଜୟପୁର ସହରର ପୃଥକ ପୃଥକ ସ୍ଥାନରୁ ୨ଟି ମୃତଦେହ ଉଦ୍ଧାର । ପୋଲିସର ତନାଘନା । ଅଧିକ ପଢନ୍ତୁ...
ଜୟପୁରରେ ଗୋଟିଏ ଦିନରେ ଦୁଇଟି ମୃତଦେହ ଉଦ୍ଧାର
ସେହିପରି ଜୟପୁର ନିକଟସ୍ଥ ଉମୁରି ରେଳ ଲାଇନ କଡ଼ରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଯୁବକ ଜଣଙ୍କ ବୟସ ୩୭ବର୍ଷ ହୋଇଥିବା ବେଳେ ଅନ୍ତା ଗ୍ରାମର ଜଗନ୍ନାଥ ବାଘ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
କୋରାପୁଟରୁ ସିଏତ ଶାନ୍ତାକାର, ଇଟିଭି ଭାରତ