ଓଡିଶା

odisha

ETV Bharat / state

ବ୍ୟାଙ୍କ ଲୁଟ କରିବାକୁ ଚେଷ୍ଟା କରୁଥିବା ଦୁଇ ଯୁବକଙ୍କୁ ନିସ୍ତୁକ ମାଡ

ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଡେଲ ଗ୍ରାମରେ ଥିବା ଏକ କିୟୋସ୍କ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ କରିବା ପାଇଁ ଦୁଇ ଜଣ ଯୁବକ ଚେଷ୍ଟା କରୁଥିଲାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛି । ଅଧିକ ପଢନ୍ତୁ...

ବ୍ୟାଙ୍କ ଲୁଟ କରିବାକୁ ଚେଷ୍ଟା କରୁଥିବା ଦୁଇ ଯୁବକଙ୍କୁ ନିସ୍ତୁକ ମାଡ
ବ୍ୟାଙ୍କ ଲୁଟ କରିବାକୁ ଚେଷ୍ଟା କରୁଥିବା ଦୁଇ ଯୁବକଙ୍କୁ ନିସ୍ତୁକ ମାଡ

By

Published : Mar 17, 2021, 10:50 PM IST

କୋରାପୁଟ : ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଡେଲ ଗ୍ରାମରେ ଥିବା ଏକ କିୟୋସ୍କ ବ୍ୟାଙ୍କର ତାଲା ଭାଙ୍ଗି ଲୁଟ କରିବା ପାଇଁ ଦୁଇ ଜଣ ଯୁବକ ଚେଷ୍ଟା କରୁଥିଲେ । ସେତିକିବେଳେ ସେହି ବାଟ ଦେଇ ନିତ୍ୟକର୍ମ ସାରିବା ପାଇଁ ଯାଉଥିବା କିୟୋସ୍କର ମାଲିକ ରାମଚନ୍ଦ୍ର ହନ୍ତାଳଙ୍କ ନଜରରେ ଏହି ଦୁଇ ଯୁବକ ତାଲା ଭାଙ୍ଗିବାକୁ ଚେଷ୍ଟା କରୁଥିବାର ଦେଖିଲେ ।

ହନ୍ତାଳ ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ସେହି ଦୁଇ ଜଣ ଯୁବକଙ୍କୁ କାବୁ କରି ବାନ୍ଧି ରଖିଥିଲେ । ପାଦୁଆ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ଥାନାର ଏସଆଇ ଶୁକ୍ରା ମାଢି ସେହି ଦୁଇ ଯୁବକଙ୍କୁ ଗିରଫ କରିଛନ୍ତି । ଏହି ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ସୁନାବେଡାର ଶଙ୍କର ଖରା ହୋଇଥିବା ବେଳେ ଅନ୍ୟଜଣେ କାକୀରିଗୁମ୍ମାର ଅନିରୁଦ୍ଧ ଖୋସଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

କୋରାପୁଟ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details