ଓଡିଶା

odisha

ETV Bharat / state

ଗୋଷ୍ଠୀ କନ୍ଦଳରେ ୨୮ ଅଭିଯୁକ୍ତ ଗିରଫ

ଚଳିତ ମାସ ୨୧ ତାରିଖ ରାତିରେ ଚଇତି ପର୍ବ ପାଳନକୁ ନେଇ ଦୁଇ ଗାଁ ଲୋକଙ୍କ ମଧ୍ୟରେ ଘଟିଥିଲା ଗଣ୍ଡଗୋଳ । ଏହି ଘଟଣାରେ ୨୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

By

Published : Apr 24, 2022, 10:50 PM IST

ଗୋଷ୍ଠୀ କନ୍ଦଳରେ ୨୮ ଅଭିଯୁକ୍ତ ଗିରଫ
ଗୋଷ୍ଠୀ କନ୍ଦଳରେ ୨୮ ଅଭିଯୁକ୍ତ ଗିରଫ

କୋରାପୁଟ : ଚଳିତ ମାସ ୨୧ ତାରିଖ ରାତିରେ ଚଇତି ପର୍ବ ପାଳନକୁ ନେଇ ଦୁଇଟି ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହି ଘଟଣାରେ କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ସିନ୍ଧିପାର ଗ୍ରାମର ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଜଣେ ଗୁରୁତର ହୋଇଥିଲେ । ଏନେଇ ଝଡିଗୁଡ଼ା ଗ୍ରାମର ୭ଜଣ ନାବାଳକ ସମେତ ୨୮ ଜଣଙ୍କୁ ଦାମନଯୋଡ଼ି ପୋଲିସ ଗିରଫ କରିଛି ।

ଗୋଷ୍ଠୀ କନ୍ଦଳରେ ୨୮ ଅଭିଯୁକ୍ତ ଗିରଫ

ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ, ତେଣ୍ଟା, ଛୁରୀକୁ ପୋଲିସ ଜବତ କରିବା ସହ ଗୋଟିଏ ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି । ଅନ୍ୟପକ୍ଷରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସକୁ ମୁତୟନ କରାଯାଇଥିବା ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details