ଓଡିଶା

odisha

By

Published : Oct 7, 2019, 8:12 PM IST

ETV Bharat / state

ପୂଜା ବଜାରରେ ଗ୍ରାହକଙ୍କ ମନ ଜିଣୁଛି ଆଦିବାସୀ ସାମଗ୍ରୀ

ସହରୀ ସମାଜରେ ରହୁଥିବା ମଣିଷଙ୍କ ପାଇଁ ଦୁବଘାସ ପାଇବା ମୁସକିଲ ହୋଇ ପଡିଛି । ସେପଟେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଦିବାସୀ ମାନେ ଯୋଗାଉଥିବା ସୁବିଧା ଗ୍ରାହକଙ୍କ ମନ ଜିଣୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ମଙ୍ଗଳବାର ସାରା ଦେଶ ପାଳିବ ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ବିଜୟା ଦଶମୀ । ଏହି ଦିନ ମହିଷାସୁରକୁ ବଦ୍ଧ କରିଥିଲେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ପୂଜା ପେଣ୍ଡାଲରୁ ମନ୍ଦିର ଯାଏଁ ସବୁଠି ଉତ୍ସବ ଓ ଭକ୍ତିର ମାହୋଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମା'ଙ୍କ ପୂଜାର୍ଚ୍ଚନା ପାଇଁ ସହରୀ ସମାଜରେ ରହୁଥିବା ମଣିଷଙ୍କ ପାଇଁ ଦୁବଘାସ ପାଇବା ମୁସକିଲ ହୋଇ ପଡିଛି । ମା'ଙ୍କ ପୂଜାରେ ଲାଗିବାକୁ ଥିବା ଭଳିକି ଭଳି ଫୁଲ, କଞ୍ଚା ହରିଡା, ବାହାଡା ଭଳି ଜଙ୍ଗଲୀ ଫଳ ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀ ବିକ୍ରି ପାଇଁ ଆଦିବାସୀ ମହିଳା କୋରାପୁଟରେ ପହଞ୍ଚିଛନ୍ତି ।

ତିଥି ଅନୁଯାୟୀ ସୋମବାର ଦିନ 10ଟାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦଶମୀ ତିଥି ବଳବତ୍ତର ରହିଛି । କେହି କେହି ସୋମବାର ବିଜୟା ଦଶମୀ ପାଳୁଥିବାବେଳେ ଅନେକ ମଙ୍ଗଳବାର ବିଜୟା ଦଶମୀ ପୂଜା କରିବେ । ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ମହିଳା ପ୍ରତିବର୍ଷ ଭଳି ଚଳିତବର୍ଷ ନିଜ ନିଜ ଗାଁ ନିକଟସ୍ଥ ପାହାଡ଼ ଓ ଜଙ୍ଗଲ ମଧ୍ୟକୁ ଯାଇ ଆବଶ୍ୟକୀୟ ଦ୍ରବ୍ୟ ସଂଗ୍ରହ କରିଛନ୍ତି । ଏହାକୁ ନେଇ କୋରାପୁଟ ବଜାରରେ ବିକ୍ରି କରୁଛନ୍ତି । ଯାହା ସହରୀ ଲୋକଙ୍କ ପାଇଁ ବେଶ ସୁବିଧାଜନକ ହୋଇଛି ।

ସେପଟେ ପର୍ବପର୍ବାଣୀରେ ନୂଆ ଚାଉଳ, ଚୁଡା ଓ ଆଖୁ ଖାଇବାର ପରମ୍ପରା ରହିଥିବାରୁ ସହରବାସୀଙ୍କ ପାଇଁ ଆଦିବାସୀମାନେ ସେହି ପରମ୍ପରାର ପସରା ମଧ୍ୟ ବଜାରରେ ଖୋଲି ବସିଛନ୍ତି । ସେପଟେ ଦଶହରା ବଜାର ଭିଡ ମଧ୍ୟରେ ଆଦିବାସୀମାନେ ଯୋଗାଉଥିବା ଏହି ସେବା ସେମାନଙ୍କୁ ଭିନ୍ନ କରୁଥିବା ମତ ଦେଇଛନ୍ତି ସଂସ୍କୃତି ବିଶେଷଜ୍ଞ ଉମାକାନ୍ତ ଦାସ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details