କୋରାପୁଟ:କୋରାପୁଟର ଜନଜାତିମାନଙ୍କ ଦ୍ୱାରା ଚାଷ କରାଯାଉଥିବା ପାରମ୍ପରିକ ସୁଆଁ ଅଧିକ ପୃଷ୍ଟିକର । ପାଖାପାଖି 14 ପ୍ରକାରର ସୁଆଁର ଗୁଣାତ୍ମକ ମାନର ପରୀକ୍ଷା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିଭିଦତା ଓ ପ୍ରାକୃତିକ ସମ୍ବଳ ବିଭାଗର ଗବେଷକମାନେ ଏହି ମତ ଦେଇଛନ୍ତି । ଉକ୍ତ ଗବେଷଣାରୁ ଜଣାପଡିଛି ଯେ, ତିନି ପ୍ରକାର ପାରମ୍ପରିକ ସୁଆଁ ଯଥା-ମାମି ସୁଆଁ, କଳା ସୁଆଁ ଏବଂ ବଡ଼ ସୁଆଁରେ ଅନ୍ୟ ସୁଆଁ ପ୍ରଜାତିଠାରୁ ଅଧିକ ପରିମାଣରେ ପୋଷାକତତ୍ତ୍ୱ ଭରି ରହିଛି । ଏହି ପାରମ୍ପରିକ ତଥା ଦେଶୀ ସୁଆଁରେ ପ୍ରୋଟିନ, ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସର ମାତ୍ରା ଅଧିକ ରହିଛି । ଏହାର ଗୁଣାତ୍ମକ ମାନ ହାଇବ୍ରିଡ ଭେରାଇଟର ବୋଲି ଜଣାପଡିଛି ।
ରାଜ୍ୟ ସରକାରଙ୍କ ମିଲେଟ ମିଶନ ଜରିଆରେ ପାରମ୍ପରିକ ଖାଦ୍ୟଶସ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ କୋରାପୁଟରୁ ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିଭିଦତା ଓ ପ୍ରାକୃତିକ ସମ୍ବଳ ବିଭାଗର ଗବେଷକ ସହାୟକ ପ୍ରଫେସର ଡ଼. ଦେବବ୍ରତ ପଣ୍ଡା କହିଛନ୍ତି, "କୋରାପୁଟର ଜନଜାତିମାନଙ୍କ ଦ୍ବାରା ଚାଷ କରାଯାଉଥିବା ପାରମ୍ପରିକ ସୁଆଁ ଅଧିକ ପୁଷ୍ଟିକର । ଅନ୍ୟ ସୁଆଁ ପ୍ରଜାତିଠାରୁ ଜନଜାତିମାନଙ୍କ ଦ୍ବାରା କରାଯାଉଥିବା ମାମି ସୁଆଁ, କଳା ସୁଆଁ ଏବଂ ବଡ଼ ସୁଆଁରେ ଅଧିକ ପରିମାଣରେ ପୋଷାକତତ୍ତ୍ୱ ଭରି ରହିଛି । ଏହି ଦେଶୀ ସୁଆଁରେ ଅଧିକ ପ୍ରୋଟିନ, ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସ ରହିଛି । ଏହାର ଗୁଣାତ୍ମକ ମାନ ହାଇବ୍ରିଡ ଭେରାଇଟ ।"
ଏହାମଧ୍ୟ ପଢନ୍ତୁ..Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଖେଡ଼ଜନା