ଓଡିଶା

odisha

ETV Bharat / state

ଶୈଶବରୁ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ସଂକଳ୍ପ, ୩୫ କିମି ଦୌଡ଼ିଲେ ତିନି ଶିଶୁ ଧାବକ

ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ୩୫ କିମି ଦୌଡ଼ିଲେ ତିନି ଶିଶୁ ଧାବକ । କୋରାପୁଟ ‌ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାହାରି ୩୫ କିମି ବାଟ ଦୌଡ଼ି ଦାମନଯୋଡି ପର୍ଯ୍ୟନ୍ତ ସଫଳତାର ସହ ଦୌଡ଼ିବାରେ ସକ୍ଷମ ହୋଇଛନ୍ତି ଜୟପୁରର ଯମୁନା, ତପସ୍ୟା ଓ ହରିଶ ବାହାଦୁର । ଅଧିକ ପଢ଼ନ୍ତୁ

By

Published : Mar 12, 2023, 8:12 PM IST

୩୫ କିମି ଦୌଡ଼ିଲେ ତିନି ଶିଶୁ ଧାବକ
୩୫ କିମି ଦୌଡ଼ିଲେ ତିନି ଶିଶୁ ଧାବକ

୩୫ କିମି ଦୌଡ଼ିଲେ ତିନି ଶିଶୁ ଧାବକ

କୋରାପୁଟ: ବାପାଙ୍କ ଅଧୁରା ସ୍ଵପ୍ନକୁ ସାକାର କରିବା ପାଇଁ କୋରାପୁଟରୁ ଦାମନଯୋଡ଼ି ଦୌଡ଼ିଲେ ଜୟପୁରର ତିନି ଶିଶୁ । କୋରାପୁଟ ‌ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରୁ ବାହାରି ଜୟପୁରର ଯମୁନା, ତପସ୍ୟା ଓ ହରିଶ ବାହାଦୁର ପାଖାପାଖି ୩୫ କିଲୋମିଟର ବାଟ ଅତିକ୍ରମ କରି ଦାମନଯୋଡି ପର୍ଯ୍ୟନ୍ତ ସଫଳତାର ସହ ଦୌଡ଼ିବାରେ ସକ୍ଷମ ହୋଇଛନ୍ତି ।

ଯମୁନାର ବୟସ ୧୧ ବର୍ଷ ହୋଇଥିବା ବେଳେ ତପସ୍ୟା ଓ ହରିଶଙ୍କ ବୟସ ୧୦ ବର୍ଷରୁ କମ ବୋଲି ବାପା ଜିତେନ୍ଦ୍ର ବାହାଦୂର କହିଛନ୍ତି । ରବିବାର ସକାଳ ୭ଟା ବେଳେ କୋରାପୁଟରୁ ବାହାରିଥିବା ଏହି ତିନି ଶିଶୁ ୩୫ କିଲୋମିଟର ବାଟକୁ ୪ ଘଣ୍ଟା ୩୫ ମିନିଟ ସମୟ ମଧ୍ୟରେ ଅତିକ୍ରମ କରିଥିବା ସେମାନଙ୍କ ତାଲିମଦାତା ରାମଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ବାପା ଜିତେନ୍ଦ୍ର ବାହାଦୁର ଦିନେ ଭାରତୀୟ ସେନାରେ ଯୋଗ ଦେବାପାଇଁ ସ୍ଵପ୍ନ ଦେଖିଥିଲେ । ଭାରତୀୟ ସେନାରେ ଯୋଗଦେଇ ଦେଶର ସେବା କରିବା ପାଇଁ ସଂକଳ୍ପ ନେଇଥିଲେ ମଧ୍ୟ ଜିତେନ୍ଦ୍ର ନିଜ ସ୍ବପ୍ନ ସାକାର କରପାରି ନଥିଲେ । କିଛି ପାରିବାରିକ କାରଣରୁ ନିଜ ସ୍ଵପ୍ନକୁ ଏଡାଇ ଦେଇ ଜୟପୁରରେ ଏକ ରାତ୍ରି ଜଗୁଆଳି ଭାବେ ସେ କାର୍ଯ୍ୟ କରିଆସୁଛନ୍ତି । ତେବେ ନିଜ ୩ ସନ୍ତାନଙ୍କ ମାଧ୍ୟମରେ ସେହି ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଶତଚେଷ୍ଟା କରିଛନ୍ତି ଜିତେନ୍ଦ୍ର । ଜୟପୁର ସହରରେ ପଡିଆ ମଧ୍ୟରେ ଜିତେନ୍ଦ୍ର ପିଲାଙ୍କୁ ପ୍ରତିଦିନ ଦୌଡ ଅଭ୍ୟାସ କରାଉଛନ୍ତି ।

ଅନ୍ୟପକ୍ଷରେ ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବାକୁ ଏବେ ମନସ୍ଥ କରିଛନ୍ତି ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ । ବାପାଙ୍କ ସ୍ବପ୍ନକୁ ନିଜ ସ୍ବପ୍ନ ଭାବେ ଗ୍ରହଣ କରି ନିରନ୍ତର ଭାବେ ଅଭ୍ୟାସ ଜାରି ରଖିଥିବା ବଡ ଝିଅ ଯମୁନା କହିଛନ୍ତି । ବାପା ମଧ୍ୟ ନିଜ ସ୍ଵପ୍ନ ନିଜ ପିଲାଙ୍କ ଆଖିରେ ଦେଖି ପ୍ରତିଟି କ୍ଷେତ୍ରରେ ଉତ୍ସାହ ଦେଉଛନ୍ତି । ଗତ କିଛିଦିନ ପୂର୍ବେ ଏହି ପିଲାମାନେ ଜୟପୁରରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୨ କିଲୋମିଟର ଦୁରତାକୁ ଅତିକ୍ରମ କରି ଚର୍ଚ୍ଚାକୁ ଆସିଥିଲେ । ଆଜି କୁନିକୁନି ପିଲାଙ୍କ ଏଭଳି ଦୁଃସାହସିକ କାର୍ଯ୍ୟର ପୁନରାବୃତ୍ତିକୁ ଦେଖି କୋରାପୁଟ ପୋଲିସ ମୁଖ୍ୟାଳୟର କିଛି ଅଫିସର ମଧ୍ୟ କିଛି ବାଟ ଦୌଡ଼ି ପିଲାଙ୍କୁ ଉତ୍ସାହିତ କରିଥିଲେ । କୋରାପୁଟ ପୈାରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ସହ କିଛି କ୍ରୀଡା ପ୍ରେମୀ ମଧ୍ୟ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details