କୋରାପୁଟ: ଆଜି ସାରା ଭାରତବର୍ଷରେ ବାହ୍ୟ ମଳ ମୁକ୍ତ ଗ୍ରାମ ସୃଷ୍ଟି କରିବା ପାଇଁ ସରକାର ସ୍ବଚ୍ଛ ଭାରତ ଅଭିଯାନ ଭଳି ବହୁ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ କୋରାପୁଟ ଜିଲ୍ଲା ସଦର ମହକୁମାର ନାକ ତଳେ କୋରାପୁଟ ପୌରାଞ୍ଚଳ ଅନ୍ତର୍ଗତ ପ୍ରାୟ 70 ପରିବାର ରହୁଥିବା ତେନ୍ତୁଳିଗୁଡା ଗ୍ରାମରେ ଗୋଟାଏ ଘରେବି ଶୌଚାଳୟ ନାହିଁ । ଯାହାକି ସରକାରୀ ଯୋଜନାର କାର୍ଯ୍ୟକାରୀତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମବାସୀ ଅନେକ ଥର ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରଶାସନ ପାଖରେ ନେହୁରା ହୋଇଥିଲେ ହେଁ କୌଣସି ସୁଫଳ ନମିଳିବାରୁ ଭାଗ୍ୟକୁ ନିନ୍ଦି ଚୁପ ରହିଥିବା ଗ୍ରାମବାସୀ ଏବେ ଅଭିଯୋଗ କରିଛନ୍ତି ।
ରାତିର ଅନ୍ଧକାରରେ ଜୀବନକୁ ପାଣି ଛଡାଇ ନାଳ, ବିଲ, ଜଙ୍ଗଲ ମଧ୍ୟକୁ ଶୌଚ କରିବା ପାଇଁ ଯିବାକୁ ବାଧ୍ୟ ହେଉଥିବା ବେଳେ ଛୋଟ ପିଲାଏ ଗାଁ ଦାଣ୍ଡ , ରାସ୍ତା କଡ଼ ଓ ଗାଁ ନାଳରେ ମଳତ୍ୟାଗ କରୁଥିବା ସେମାନେ ଜଣାଇଛନ୍ତି ।