କୋରାପୁଟ: କୋରାପୁଟ ଦେଇ ଅତି ଶୀଘ୍ର ଚାଲିବ ଭିଶ୍ଟାଡମ୍ କୋଚ(ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବଡ ବଡ କାଚ ଲାଗିଥିବା କୋଚ) । ଏ ନେଇ ରେଲୱେ ଡିଆରଏମ ଅନୁପ କୁମାର ଶତପଥୀ ସୂଚନା ଦେଇଛନ୍ତି । ଆଜି ଅନୁପ କୋରାପୁଟ ଅଞ୍ଚଳ ଗସ୍ତ କରି ବିଭିନ୍ନ ରେଳଷ୍ଟେସନରେ ଥିବା ସମସ୍ୟା ଓ ସେ ସମ୍ପର୍କିତ ଅଭିଯୋଗ ଶୁଣିଛନ୍ତି ।
ଯେଉଁ ସମସ୍ୟାର ସମାଧାନ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ହୋଇପାରିବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରଚେଷ୍ଟା କରାଯିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ବିଶେଷ ଭାବରେ କୋରାପୁଟ ସହର ଦେଇ ଜାଇଥିବା ଜାତୀୟ ରାଜପଥର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ରେଳବାଇ ଜମି ଅଧିଗ୍ରହଣ ଓ ରେଳ ଲାଇନରେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲ୍ଏଚଏସ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ସହ ଆଜି ରେଳଷ୍ଟେସନରେ ଆଲୋଚନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।