କୋରାପୁଟ: କୋରୋନା ସଂକ୍ରମଣକୁ ଆଖିରେ ରଖି ସରକାରଙ୍କ ତରଫରୁ ମନ୍ଦିର ଖୋଲିବା ଉପରେ ଓ ଯାନିଯାତ୍ରା କରିବା ଉପରେ ନିଷେଧାଦେଶ ରହିଛି । ସରକାରଙ୍କ ପ୍ରତିଟି ନିର୍ଦେଶକୁ ଗତ କିଛି ମାସ ଧରି ଧୈର୍ଯ୍ୟର ସହ ମାନି ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବିଶେଷ କରି ପିଲାଙ୍କ ମଧ୍ୟରେ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାରେ ଲାଗିବା ଦେଖାଗଲାଣି ।
ଶ୍ରାବଣ ମାସ ଆସିଲେ ଗତ କିଛି ବର୍ଷ ହେବ ଗାଁ ଗଣ୍ଡାରେ ବୋଲ ବମ ଯାତ୍ରାରେ ମାତି ଯାଆନ୍ତି ଆବାଳ ବୃଦ୍ଧ ବନିତା । ତେବେ ବର୍ତ୍ତମାନ ବୋଲବମ ଉପରେ ନିଷେଧାଦେଶ ଜାରି ହୋଇଥିବା ଯୋଗୁଁ ଯୁବଗୋଷ୍ଠୀ ଏଥିରୁ ନିଜକୁ ଦୂରେଇ ରଖିଥିଲେ ବି ପିଲାମାନେ ଏହି ସମୟର ଆନନ୍ଦକୁ ସାଉଁଟି ନେବାରେ ଲାଗିଛନ୍ତି ।