ଓଡିଶା

odisha

ETV Bharat / state

କୋଭିଡ୍ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଲେ କୋରାପୁଟବାସୀ - ଦିନ ମଜୁରିଆ

ପରିବାରର ପ୍ରତିପୋଷଣ କରୁଥିବା ଦିନ ମଜୁରିଆଙ୍କୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ । ପ୍ରତ୍ୟେକ ପରିବାରକୁ ଏକ ହଜାର ଟଙ୍କର ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ । ଅଧିକ ପଢନ୍ତୁ...

କୋଭିଡ୍ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଲେ କୋରାପୁଟବାସୀ
କୋଭିଡ୍ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଲେ କୋରାପୁଟବାସୀ

By

Published : May 23, 2021, 10:27 PM IST

କୋରାପୁଟ:ଦିନକୁ ଦିନ କୋରୋନା ସଂକ୍ରମଣ ଥମିବାର ନାଁ ଧରୁନାହୁଁକୋଭିଡ କଟକଣା । କେତେବେଳେ ଲକଡାଉନ୍ ତ ଆଉ କେତେବେଳେ ସପ୍ତାହାନ୍ତ ସଟଡାଉନ୍ ଲାଗିରହିଛି । ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଯୋଗୁଁ ବସଷ୍ଟାଣ୍ଡରେ କୁଲି କାମ କରି ପରିବାରର ପ୍ରତିପୋଷଣ କରୁଥିବା ଦିନ ମଜୁରିଆଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି ।

କୋଭିଡ୍ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଲେ କୋରାପୁଟବାସୀ

ତଥାପି ଜୀବନ ଜୀବିକାର ସନ୍ଧାନ ପାଇପାରୁନଥିବା ଏହି କୁଲିଙ୍କ ପାଇଁ ଆକାଶକୁ ଦେଖି ସହାୟତାର ଅପେକ୍ଷା କରିବା ହି ଏକମାତ୍ର କାର୍ଯ୍ୟ ହୋଇଥିବା ବେଳେ କୋରାପୁଟ ସହରର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସେମାନଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ମୂଲ୍ୟର ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।

ଆଉ ଏକ ପୃଥକ୍ ଘଟଣାରେ ଆଉ କିଛି ଉତ୍ସାହୀ ଯୁବକ ନିଜ ନିଜ ଭିତରେ ପାଣ୍ଠି ସଂଗ୍ରହ କରି କାମ କରିବାକୁ ଯାଇପାରୁନଥିବା ପରିବାରଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚାଇ ଦେଉଛନ୍ତି । କୋରାପୁଟବାସୀଙ୍କ ଏହି ସହଯୋଗ ଫଳରେ ସାମାଜିକ ଦୂରତା ରଖିବା ପାଇଁ ବାଧ୍ୟ କରୁଥିବା କୋରୋନା ଉପରେ ସାମୂହିକ ବିଜୟ ହାସଲ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଯେ ସମ୍ଭବ ହୋଇଛି ସେଥିରେ କୌଣସି ସନ୍ଦେହ ନାହିଁ ।


କୋରାପୁଟରୁ ସିଏଚ୍ ଶାନ୍ତାକର, ଇଟିଭି ଭାରତ

ABOUT THE AUTHOR

...view details