ଓଡିଶା

odisha

ETV Bharat / state

ଜୟପୁରରେ ଜିଲ୍ଲାର କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କୋରାପୁଟ ଜିଲ୍ଲା ଜୟପୁର ଗସ୍ତରେ ଯାଇ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । 70 ଟି ଅକ୍ସିଜେନ ବିଶିଷ୍ଟ ଶଯ୍ୟା ଓ 24ଟି ଆଇସିୟୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

By

Published : May 31, 2021, 9:26 PM IST

ଜୟପୁରରେ ଜିଲ୍ଲାର କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଜୟପୁରରେ ଜିଲ୍ଲାର କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କୋରାପୁଟ: ଆଜି କୋରାପୁଟ ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଜୟପୁର ସହର ମଧ୍ୟରେ ଗ୍ଲୋକାଲ ଘରୋଇ ଡାକ୍ତରଖାନାରେ ଆରମ୍ଭ ହେବାକୁ ଥିବା 94 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ବୁଲି ଦେଖିଥିଲେ । ହସ୍ପିଟାଲରେ 70 ଟି ଅକ୍ସିଜେନ ବିଶିଷ୍ଟ ଶଯ୍ୟା ଓ 24ଟି ଆଇସିୟୁ ବ୍ୟବସ୍ଥା ଥିବାବେଳେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଜୟପୁରରେ ଜିଲ୍ଲାର କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଉଭୟ ସଚିବ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ରୋଗୀଙ୍କ ଆବଶ୍ୟକତା ଦୃଷ୍ଟିରୁ ଏଇ ଘରୋଇ ଡାକ୍ତରଖାନାକୁ କାର୍ଯ୍ୟକାରୀ କରାଯାଉଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଦୁଇଦିନ ଭିତରେ ଏହି ବେସରକାରୀ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ଅବଦଲ ଏମ୍ ଅକ୍ତର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଆଗାମୀ ଦୁଇମାସରେ ଜିଲ୍ଲାର ଅକ୍ସିଜେନ ପ୍ଲାଣ୍ଟର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାକି କାର୍ଯ୍ୟକାରୀ ହେଲେ କୋରାପୁଟସ୍ଥିତ ମେଡିକାଲ କଲେଜ ଓ ଜୟପୁରରେ ଥିବା କୋଭିଡ ହସ୍ପିଟାଲ ପାଇଁ ଆଉ ଅକ୍ସିଜେନ ଉପଲବ୍ଧ ହେବାରେ ଅସୁବିଧା ହେବନାହିଁ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ଜିଲ୍ଲାରେ ଚାଲିଥିବା ଟିକାକରଣର ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିବା ସହ ନିକଟ ଅତୀତରେ କୋରାପୁଟ ସହରରେ 18 ବର୍ଷ ରୁ 44 ବର୍ଷ ବୟସର ବ୍ୟକ୍ତି ବିଶେଷଙ୍କୁ 20 ହଜାର ଟିକା ଦିଆଗଲା ଭଳି ଅତି ଶୀଘ୍ର ଜୟପୁର ସହରରେ ମଧ୍ୟ ଅନୁରୂପ ଭାବେ ଟିକାଦାନ କରାଯିବାର ଯୋଜନା ରହିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲାରେ 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲାପାଳ ସୂଚନାଦେଇଛନ୍ତି ।


କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details