ଓଡିଶା

odisha

ETV Bharat / state

ଅଷ୍ଟମ ଶେଣ୍ରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

By

Published : Aug 4, 2019, 9:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡାଗଡ ପଞ୍ଚାୟତର ତେନ୍ତୁଳିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ । ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଓ ଗ୍ରାମବାସୀ କୋରାପୁଟ ସଦର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।

ଭିିଡିଓ ସୌଜନ୍ୟ: ସମ୍ବାଦାତା, କୋରାପୁଟ

ଝିଅର ଜେଜେବାପା ଜଗନ୍ନାଥ ସାହୁଙ୍କ କହିବାନୁଯାୟୀ, ଶନିବାର ଦିନ ସକାଳେ ସ୍କୁଲ ସରିବା ପରେ ଶିକ୍ଷକ ଜଣକ ଝିଅଟିକୁ ଅଲଗା ଏକ କୋଠରୀକୁ ଡାକିନେଇ ଅସଦାଚରଣ କରିଥିଲେ । ତେବେ ଝିଅଟି ପରିବାର ବର୍ଗଙ୍କୁ ଏ ବିଷୟରେ ଜଣାଇବା ପରେ ଆଜି ସନ୍ଧ୍ୟାରେ ସେମାନେ କୋରାପୁଟ ସଦର ଥାନାରେ ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସି ଏଚ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details