ଓଡିଶା

odisha

ETV Bharat / state

ନୂଆ ହସ୍ପିଟାଲ ଭବନ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ

କୋରାପୁଟ ସହରରେ ଥିବା ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିର୍ମାଣ ହେଉଥିବା 650 ଶଯ୍ୟା ବିଶିଷ୍ଟ ନୂତନ ଟିଚିଙ୍ଗ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଠିକାଦାର ଚୟନ ଓ ନିର୍ମାଣର ମାନ ନିର୍ଦ୍ଧାରଣରେ ଚଞ୍ଚକତା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ପୁରୁଖା ନେତା ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

By

Published : Aug 18, 2021, 7:09 PM IST

ନୂଆ ହସ୍ପିଟାଲ ଭବନ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ ଆଣିଲେ ବିଧାୟକ ବାହିନୀପତି
ନୂଆ ହସ୍ପିଟାଲ ଭବନ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ ଆଣିଲେ ବିଧାୟକ ବାହିନୀପତି

କୋରାପୁଟ: କୋରାପୁଟ ସହରରେ ଥିବା ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିର୍ମାଣ ହେଉଥିବା 650 ଶଯ୍ୟା ବିଶିଷ୍ଟ ନୂତନ ଟିଚିଙ୍ଗ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଠିକାଦାର ଚୟନ ଓ ନିର୍ମାଣର ମାନ ନିର୍ଦ୍ଧାରଣରେ ଚଞ୍ଚକତା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ପୁରୁଖା ନେତା ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।

ନୂଆ ହସ୍ପିଟାଲ ଭବନ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ ଆଣିଲେ ବିଧାୟକ ବାହିନୀପତି

ଏହି ଭବନ ନିର୍ମାଣ କରୁଥିବା ଠିକାଦାର ସଂସ୍ଥା ବିଗତ ଦିନରେ ମେଡିକାଲ କଲେଜର ଭବନଟିକୁ ନିର୍ମାଣ କରିଥିଲା ଓ ତାହା ନିମ୍ନମାନର ହେବା ସହ ସେହି ଭବନର ଅନେକ ଅଂଶ ନିର୍ମାଣର କିଛିଦିନ ମଧ୍ୟରେ ହିଁ ଭାଙ୍ଗିରୁଜି ଯାଇଥିଲେ ବି ସେହି ଠିକାଦାରଙ୍କୁ ବ୍ଲାକଲିଷ୍ଟ କରାଯିବା ପରିବର୍ତ୍ତେ ତାକୁ ପୁଣିଥରେ ନୂତନ କାର୍ଯ୍ୟ ପ୍ରଦାନ କରାଯିବା ଆଶ୍ଚର୍ଯ୍ୟର ବିଷୟ ବୋଲି ବାହିନୀପତି କହିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଇଛନ୍ତି । ଗତ କିଛିଦିନ ପୂର୍ବେ ମୁଖ୍ୟ ଶାସନ ସଚିବ ଓ 5T ସଚିବ ଏହି ନିର୍ମାଣାଧୀନ ଭବନକୁ ପରିଦର୍ଶନ କରି ଫେରିବା ପରେ ବାହିନୀପତିଙ୍କ ଏପରି ଅଭିଯୋଗର ଗୁରୁତ୍ୱ ବଢ଼ିଯାଇଛି ।

କୋରାପୁଟରୁ ସି.ଏଚ, ଶାନ୍ତାକାର ଇଟିଭି ଭାରତ

ABOUT THE AUTHOR

...view details