ଓଡିଶା

odisha

ETV Bharat / state

କୋରାପୁଟରେ ଭାଙ୍ଗିଲା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି, ଲୋକେ ଅସନ୍ତୋଷ

କୋରାପୁଟ ସହରରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା । ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଗରେ ଅଭିଯୋଗ ଆଣିଲେ ସହରବାସୀ ।

By

Published : Apr 6, 2019, 12:40 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

କୋରାପୁଟ: ସହରର ଶ୍ରୀଗୁଣ୍ଡିଚା ମନ୍ଦିର ଛକରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ଶୁକ୍ରବାର ମଧ୍ୟରାତ୍ର ପର୍ଯ୍ୟନ୍ତ ମୂର୍ତ୍ତିଟି ଠିକଠାକ୍ ଥିଲା । କିନ୍ତୁ ଶନିବାର ସକାଳୁ ମୂର୍ତ୍ତିଟି ଗୋଟିଏ ପଟକୁ ଢଳି ପଡିଥିବା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ଅଧିକ ପଢନ୍ତୁ: ସୁନ୍ଦରଗଡରେ ମୋଦିଙ୍କ ସମ୍ବଲପୁରୀ ଭାଷଣ

ତେବେ ଏହି ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଶାବଳ ଲଗାଇ ଖୋଳି ଦେଇଥିବା ଅନୁମାନ କରାଯାଉଥିବା ବେଳେ ଏହା ପଛରେ ଥିବା ଉଦ୍ଦେଶ୍ୟ ଜଣାପଡିନାହିଁ । ତେବେ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଏହି ପ୍ରତିମୂର୍ତ୍ତିକୁ ତୁରନ୍ତ ମରାମତି କରାଯାଇ ଯଥା ସ୍ଥାନରେ ପୁନଃସ୍ଥାପନା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details