ଓଡିଶା

odisha

ETV Bharat / state

କୋରାପୁଟରେ ସହକର୍ମୀଙ୍କୁ ଅଧ୍ୟକ୍ଷ ଯୌନ ନିର୍ଯାତନା ଦେବା ଘଟଣାକୁ ଛାତ୍ରୀଙ୍କ ବିରୋଧ

କିଛିଦିନ ତଳେ କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉକ୍ତ ମହାବିଦ୍ୟାଳୟର ଛାତ୍ରୀ । ଅଧିକ ପଢନ୍ତୁ...

By

Published : Nov 6, 2020, 6:44 PM IST

କୋରାପୁଟରେ ସହକର୍ମୀଙ୍କୁ ଅଧ୍ୟକ୍ଷ ଯୌନ ନିର୍ଯାତନା ଦେବା ଘଟଣାକୁ ଛାତ୍ରୀଙ୍କ ବିରୋଧ
କୋରାପୁଟରେ ସହକର୍ମୀଙ୍କୁ ଅଧ୍ୟକ୍ଷ ଯୌନ ନିର୍ଯାତନା ଦେବା ଘଟଣାକୁ ଛାତ୍ରୀଙ୍କ ବିରୋଧ

କୋରାପୁଟ: ଜିଲ୍ଲାର କନିଷ୍ଠ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ ଯୌନ ନିର୍ଯ୍ୟାତନା ଆସିଥିବା ମାମଲା ନୂଆ ଏକ ମୋଡ ନେଇଛି । ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟକ୍ଷଙ୍କ ସପକ୍ଷରେ ବାହାରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

କୋରାପୁଟରେ ସହକର୍ମୀଙ୍କୁ ଅଧ୍ୟକ୍ଷ ଯୌନ ନିର୍ଯାତନା ଦେବା ଘଟଣାକୁ ଛାତ୍ରୀଙ୍କ ବିରୋଧ

ସୂଚନା ଅନୁଯାୟୀ ଗତ କିଛିଦିନ ତଳେ କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କନିଷ୍ଠ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିଥିଲା । ଅଧ୍ୟକ୍ଷ ପବିତ୍ରଙ୍କ ସହକର୍ମୀ ତାଙ୍କ ନାମରେ ଏହି ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ହେଲେ ଘଟଣା ଏବେ ନୂଆମୋଡ ନେଇଛି । ଆଜି(ଶୁକ୍ରବାର) ଉକ୍ତ କଲେଜର ଛାତ୍ରୀ ଏବଂ ପୂର୍ବତନ ଛାତ୍ରୀମାନେ ଅଭିଯୋଗକୁ ଭିତ୍ତିହୀନ କହିବା ସହ ତଦନ୍ତ ପାଇଁ ନିବେଦନ କରିଛନ୍ତି ।

ଛାତ୍ରୀମାନେ ଅଧ୍ୟକ୍ଷ ବେଦାନ୍ତଙ୍କ ସପକ୍ଷରେ ବାହାରି ଅଭିଯୋଗ କରିଥିବା ମହିଳାଙ୍କ ମୋବାଇଲ ଯାଞ୍ଚ କରିବାକୁ କହିଛନ୍ତି । ଯାଞ୍ଚ ପରେ ସତ ସାମ୍ନାକୁ ଆସିବ ବୋଲି ଛାତ୍ରୀମାନେ କହିବା ସହ ମାମଲାର ସାଇବର ତଦନ୍ତ କରାଯାଉ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details