ଓଡିଶା

odisha

ETV Bharat / state

ବଢୁଛି ଚିତ୍ରିତ ଦୀପର ଆଦର - ରଂଗରଙ୍ଗିଆ ମାଟିଦୀପ

ଆସନ୍ତାକାଲି ହେଉଛି ଆଲୋକର ପର୍ବ ଦୀପାବଳୀ। ଆଉ ଏହି ଅବସରରେ ଦୀପର ବେଶ ଚାହିଦା ମଧ୍ୟ ରହିଛି। ତେବେ କୋରାପୁଟରେ କୁମ୍ଭାର ଓ ଶିଳ୍ପୀଙ୍କ ଦ୍ବାରା ନିର୍ମିତ ସ୍ବତନ୍ତ୍ର ରୂପ ଓ ରଙ୍ଗର ଦୀପ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

By

Published : Oct 26, 2019, 10:15 AM IST

କୋରାପୁଟ: ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳୀ। ଆଉ ଏହି ଅବସରରେ ଘରେ ଘରେ ଜଳିବ ଭଳିକି ଭଳି ଦୀପ। ଦିନକୁ ଦିନ ପାରମ୍ପରିକ ଭାବେ କୁମ୍ଭାରଙ୍କ ଦ୍ବାରା ନିର୍ମିତ ହେଉଥିବା ମାଟି ଦୀପର ଚାହିଦା କମିଯାଉଛି। ତେବେ କୋରାପୁଟରେ ବିଗତ ତିନି ବର୍ଷ ହେବ କୁମ୍ଭାର ଓ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ


କୋରାପୁଟ ଆଖପାଖରେ କୁମ୍ଭାରଙ୍କ ଦ୍ବାରା ତିଆରି ହେଉଥିବା ଦୀପକୁ ସ୍ବତନ୍ତ୍ର ରୂପ ଓ ରଙ୍ଗ ଦେଇଥାନ୍ତି ଚିତ୍ରଶିଳ୍ପୀ। ଫଳରେ ଶାଗମାଛ ଦର ବଦଳରେ ଦୀପ ଉଚିତ ମୂଲ୍ୟରେ ବିକ୍ରି ହୋଇପାରୁଛି। ଏଠାକାର ଶିଳ୍ପୀ ଦମ୍ପତ୍ତି ଜଗଦିଶ ସାହୁ ଓ ତାଙ୍କ ପତ୍ନୀ ଶିବାନୀ ପ୍ରିୟଦର୍ଶିନୀ ବର୍ଷ ତମାମ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରିବା ସହ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିକ୍ରି କରିଥାନ୍ତି। ଏହି ଦୀପକୁ ଦୀପାବଳୀର ବ୍ୟବହାର କରିବା ପରେ ସେଗୁଡିକୁ ପୋଛାପୋଛି କରି ଘରେ ଏକ ସୌନ୍ଦର୍ଯ୍ୟବର୍ଦ୍ଧକ ଜିନିଷ ଭାବେ ସାଇତି ରଖାଯାଇ ପାରୁଥିବାରୁ ଏହାର ଆଦର ବୃଦ୍ଧି ପାଇଛି ବୋଲି ଚିତ୍ରଶିଳ୍ପୀ ସାହୁ ଜଣାଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details