ଓଡିଶା

odisha

By

Published : Dec 31, 2019, 11:33 PM IST

ETV Bharat / state

ବୁଦାମୂଳୁ ମିଳିଲା କଙ୍କାଳ, ସାର୍ଟ ଦେଖି ସ୍ବାମୀଙ୍କୁ ଚିହ୍ନିଲେ ସ୍ତ୍ରୀ

ବୁଦାମୂଳରୁ ମିଳିଥିବା କଙ୍କାଳର ମିଳିଲା ପତ୍ତା । ଡ୍ରେସ ଦେଖି ସ୍ବାମୀଙ୍କୁ ଚିହ୍ନିଲେ ସ୍ତ୍ରୀ । ଆଗକୁ ପଢନ୍ତୁ...

skeleton found from koraput village
ଝୋଲାରୁ ମିଳିଥିବା କଙ୍କାଳର ମିଳିଲା ପତ୍ତା

କୋରାପୁଟ: ଦଶମନ୍ତପୁର ବ୍ଲକର ଧର୍ମାଗୁଡା ଗାଁ ପାଖ ଝୋଲାରୁ ମିଳିଛି କଙ୍କାଳ । କଙ୍କାଳଟି ପତି ଚିତ୍ର ମୁଦୁଲିଙ୍କର ବୋଲି ଦାବି କରିଛନ୍ତି ତୁନଖାଲର ସମ୍ବାରି ମୁଦୁଲି। ସମ୍ବାରିଙ୍କ କହିବା ଅନୁଯାୟୀ, ଏକ ମାସ ସାତ ଦିନ ପୂର୍ବେ ଘରକୁ ଅତିଥି ଆସିବା ଯୋଗୁଁ ସେମାନଙ୍କ ପାଇଁ ମଦ ଆଣିବା ପାଇଁ ଚିତ୍ର ମୁଦୁଲି ବାହାରକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ ।

ଝୋଲାରୁ ମିଳିଥିବା କଙ୍କାଳର ମିଳିଲା ପତ୍ତା

ତେବେ ଖୋଜି ଖୋଜି ନିରାଶ ହେବା ବେଳକୁ ତାଙ୍କ ପତି ସେଦିନ ପିନ୍ଧିଥିବା ଟି-ସାର୍ଟ କୁ ଆଜି ଧର୍ମାଗୁଡା ଝୋଲାରେ ଦେଖିବା ପରେ ସମ୍ବାରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ସେହି ସ୍ଥାନରେ ଖୋଳିବା ପରେ ଏକ ନରକଙ୍କାଳକୁ ଠାବ କରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।

ଦଶମନ୍ତପୁର ପୋଲିସ ଡାକ୍ତର ଓ ଫରେନସିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହି କଙ୍କାଳଟିକୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ଫରେନସିକ ପରୀକ୍ଷା କରିବା ପାଇଁ ତାକୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଅଣାଯାଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details