ଓଡିଶା

odisha

ETV Bharat / state

ଅନାଥାଶ୍ରମ ପିଲାଙ୍କୁ ମିଳୁନି ଜାତିଗତ ପ୍ରମାଣପତ୍ର

କୋରାପୁଟ ଜିଲ୍ଲା ନିକଟସ୍ଥ ଛାପର ଗାଁରେ ଥିବା ଆସ୍ଥା ଶିଶୁଭବନର ପିଲାଏ ଜାତିଗତ ପ୍ରମାଣପତ୍ର ଓ ଜନ୍ମ ପ୍ରମାଣପତ୍ର ଅଭାବରୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଭଳି ସରକାରଙ୍କ ଉନ୍ନତମାନର ବିଦ୍ୟାଳୟ କିମ୍ବା ଛାତ୍ରାବାସ ଥିବା ବିଦ୍ୟାଳୟରେ ନାମ ଲେଖାଇ ପାରୁ ନଥିବା ଜଣାପଡିଛି।

By

Published : Jun 23, 2019, 1:41 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲା ନିକଟସ୍ଥ ଛାପର ଗାଁରେ ଥିବା ଆସ୍ଥା ଶିଶୁଭବନର ପିଲାଏ ଜାତିଗତ ପ୍ରମାଣପତ୍ର ଓ ଜନ୍ମ ପ୍ରମାଣପତ୍ର ଅଭାବରୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଭଳି ସରକାରଙ୍କ ଉନ୍ନତ ମାନର ବିଦ୍ୟାଳୟ କିମ୍ବା ଛାତ୍ରାବାସ ଥିବା ବିଦ୍ୟାଳୟରେ ନାମ ଲେଖାଇ ପାରୁନଥିବା ଜଣାପଡିଛି। ଏହି ସୂଚନା ଦେଇଛନ୍ତି ଏହି ଅନୁଷ୍ଠାନକୁ ପରିଚାଳନା କରୁଥିବା ଶୋଭା ସଂଗଠନର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ତେବେ ଆସ୍ଥା ଭଳି ଅନାଥାଶ୍ରମକୁ ପିଲାଙ୍କୁ ଯେତେବେଳେ ଚାଇଲ୍ଡ଼ ଲାଇନ ଓ ସିଡବ୍ଲ୍ୟୁସି ମାଧ୍ୟମରେ ଅସ୍ୱାଭାବିକ ପରିସ୍ଥିତିରୁ ଉଦ୍ଧାର କରି ଅଣାଯାଏ ସେତେବେଳେ ତାଙ୍କସହ ତାଙ୍କ ଜନ୍ମପତ୍ର ବା ଜାତି ପ୍ରମାଣ ପତ୍ର ନଥାଏ । ସେମାନେ କାହାର ସନ୍ତାନ ଜଣାନଥିବା ସ୍ଥିତିରେ ହିଁ ଆସ୍ଥା ଭଳି ଶିଶୁଭବନରେ ଦିନ କାଟିଥାଆନ୍ତି । ଏପରି ଅବସ୍ଥାରେ କଣ କରାଯିବ ସେ ସଂକ୍ରାନ୍ତରେ ସରକାରୀ ନିର୍ଦ୍ଦେଶନାମା ନଥିବା ଯୋଗୁଁ ଏହି ବିଦ୍ୟାଳୟ ଗୁଡିକ ଅନ୍ୟ ଯେକୌଣସି ସାଧାରଣ ଶିଶୁ ପାଇଁ ଆବଶ୍ୟକ ହେଉଥିବା ପ୍ରମାଣପତ୍ର ଏମାନଙ୍କଠୁ ବି ଆଶା କରୁଛନ୍ତି ଓ ତାହା ନଥିଲେ ନାମ ଲେଖାଇ ପାରୁନଥିବା ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

ଜିଲ୍ଲାରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ନଥିବା ଯୋଗୁଁ ଜାତି ଜଣାନଥିବା ପିଲାଏ ସଂରକ୍ଷଣ ଅଭାବରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହିପରି ପରିଚୟ ଅଭାବରେ ପ୍ରଭାବିତ ଶିଶୁଙ୍କୁ ଆଦିବାସୀ ଶିଶୁର ମାନ୍ୟତା ଦିଆଯାଇପାରିଲେ ସେମାନଙ୍କ ପାଠପଢ଼ା ସହିତ ଜୀବନଧାରଣ କ୍ଷେତ୍ରରେ ମଧ୍ୟ ସୁବିଧା ହେବ । ତେଣୁ ସରକାର ଏହିଦିଗ ପ୍ରତି ଗୁରୁତ୍ବର ସହ ଆଲୋଚନା କରି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ଦାବି ହୋଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details