ଓଡିଶା

odisha

By ETV Bharat Odisha Team

Published : Sep 29, 2023, 2:02 PM IST

ETV Bharat / state

ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା ବିଷୟକୁ ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାତୀୟ ସେମିନାର

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା' ଶୀର୍ଷକ ଦିନିକିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା' ଶୀର୍ଷକ ଜାତୀୟ ସେମିନାର ଆୟୋଜିତ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା' ଶୀର୍ଷକ ଜାତୀୟ ସେମିନାର ଆୟୋଜିତ

କୋରାପୁଟ: କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା' ଶୀର୍ଷକ ଦିନିକିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ହିନ୍ଦୀର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହାର ବୈଶ୍ୱିକ ଦୃଷ୍ଟିକୋଣ ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ଚକ୍ରଧର ତ୍ରିପାଠୀ ।

କୋରାପୁଟ ଜିଲ୍ଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା' ଶୀର୍ଷକ ଦିନିକିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବିଶ୍ବବିଦ୍ୟାଳୟର କୁଳପତି ହିନ୍ଦୀର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହାର ବୈଶ୍ୱିକ ଦୃଷ୍ଟିକୋଣ ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଅନୁବାଦ ମାଧ୍ୟମରେ ହିନ୍ଦୀକୁ ସମୃଦ୍ଧ କରିବା ସହ ହିନ୍ଦୀର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ବିଶ୍ଵ ରଙ୍ଗମଞ୍ଚ ଦିବସ ଅବସରରେ କୋରାପୁଟରେ ଆଲୋଚନା ଚକ୍ର

ଓଡ଼ିଶା ଓ ଛତିଶଗଡ଼ର ହିନ୍ଦୀ ବିଦ୍ଵାନ ଓ ପ୍ରଫେସରମାନେ ଓଡ଼ିଶାରେ ହିନ୍ଦୀର ସ୍ଥିତି ଓ ସମ୍ଭାବନା ସମ୍ପର୍କରେ ନିଜର ମତ ରଖିଥିଲେ । ଏହି ଅବସରରେ ଓଡ଼ିଶାର ପ୍ରଥମ ହିନ୍ଦୀ-ଓଡ଼ିଶା ସେବକ, ସ୍ୱର୍ଗତଃ ପ୍ରଫେସର ଡ.ତାରିଣୀ ଚରଣ ଦାସ 'ଚିଦାନନ୍ଦ'ଙ୍କୁ ମରଣୋତ୍ତର ଭାବେ 'ଓଡ଼ିଆ-ହିନ୍ଦୀ ସେତୁ ସମ୍ମାନ-୨୦୨୩' ପ୍ରଦାନ କରାଯାଇଥିଲା । ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ତାଙ୍କ ପୁଅ ରବିଶଙ୍କର ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ଲୋକଙ୍କ ପାଖରେ ପହଞ୍ଚିବ ଓଡିଆ ସିନେମା, 90 ଦଶକ ଧାରାକୁ ଆପଣାଇବ ଓଡ଼ିଆ ସିନେ ଜଗତ


ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଚକ୍ରଧର ତ୍ରିପାଠୀ ଯୋଗ ଦେଇ ପ୍ରଫେସର ସୁଧାଂଶୁ କୁମାର ନାୟକ ସାହିତ୍ୟିକ ସ୍ୱର୍ଗତ ଚିଦାନନ୍ଦଙ୍କ ସାହିତ୍ୟ ଅଭ୍ୟାସ ଓ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି ତାଙ୍କୁ ହିନ୍ଦୀର ଜଣେ ଯୁଗପୁରୁଷ ଭାବେ ଉପସ୍ଥାପିତ କରିଥିଲେ। ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପୁନରୁଦ୍ଧାର କରିବାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ ବୋଲି ଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ପ୍ରଫେସର ଅରୁଣ ଭରଦ୍ୱାଜ କହିଥିଲେ । ସରକାରୀ ଭାଷା ବିଭାଗର ସଂଯୋଜକ ପ୍ରଫେସର ହେମରାଜ ମୀନା ଜାତୀୟ ହିନ୍ଦୀ ସାକ୍ଷରତା ଅଭିଯାନକୁ ତ୍ୱରାନ୍ୱିତ କରିବା ଏବଂ ହିନ୍ଦୀ ସେବାକୁ ଅଧିକ ପ୍ରଭାବଶାଳୀ କରିବା ନେଇ କହିଥିଲେ

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details