ଓଡିଶା

odisha

ETV Bharat / state

୪୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଜବଗଡ଼ ଗ୍ରାମ ନିକଟସ୍ଥ ଜଲାପୁଟ ଜଳଭଣ୍ଡାର ନିକଟରେ ଏକର ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

୪୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
୪୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

By

Published : Nov 20, 2021, 10:50 PM IST

କୋରାପୁଟ: ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ଜବଗଡ଼ ଗ୍ରାମ ନିକଟସ୍ଥ ଜଲାପୁଟ ଜଳଭଣ୍ଡାର ନିକଟରେ ଏକର ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଆରମ୍ଭ କରିଛି ପୋଲିସ ।

୪୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମାଛକୁଣ୍ଡ, କୋରାପୁଟ ପୋଲିସ, ଡିଭିଏଫ, ଅବକାରୀ, ବନ ବିଭାଗ ଏବଂ କୋରାପୁଟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି(ଶନିବାର) ପ୍ରାୟ 75 ଏକର ଜାଗାରେ ଚାଷ କରାଯାଇଥିବା 90 ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

୪୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଏହାର ମୂଲ୍ୟ ୪୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ଏନେଇ ପୂର୍ବରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୋଲିସ । ଗୁଇନ୍ଦା ବିଭାଗ ଡ୍ରୋନ୍ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଥିଲା । କଡା ସୁରକ୍ଷାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳତା ହାସଲ କରିଛି ।

କୋରାପୁଟ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details