ନୂଆଦିଲ୍ଲୀ: ରବିବାର ରାତିରେ କୋରାପୁଟ ଜିଲ୍ଲା କୋଟପାଡରେ ଘଟିଥିବା ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଆର୍ଥିକ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ପ୍ରତେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ତୁରନ୍ତ 50 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଧାନ କରାଯିବା ପାଇଁ ଘୋଷଣା କରାଯାଇଛି ।
ରବିବାର ରାତିରେ କୋରାପୁଟ ଜିଲ୍ଲା କୋଟପାଡରେ ଦୁର୍ଘଟଣା ଘଟି 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତକ ଛତିଶଗଡ ଜଗଦଲପୁରର ବାସିନ୍ଦା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଆହତମାନେ ଏବେ ଚିକିତ୍ସାଧିନ ଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ରହିଛି ।