ଓଡିଶା

odisha

ETV Bharat / state

ରାସ୍ତା କହୁଛି, ଅଞ୍ଚଳବାସୀଙ୍କ ଦୁଃଖ ନାଲକୋ କେତେ ବୁଝୁଛି - road problem

ଅବହେଳିତ ଅବସ୍ଥାରେ ନାଲକୋ ନଗରୀ ନିକଟ ଗାଁର ରାସ୍ତା । ସରକାର କିମ୍ବା ନାଲକୋ କର୍ତ୍ତୃପକ୍ଷ କାହାରି ନଜର ଏହି ଗାଁ ଉପରେ ପଡୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 17, 2019, 2:24 PM IST

Updated : Jul 17, 2019, 3:49 PM IST

କୋରାପୁଟ: ଗାଁ ଦାଣ୍ଡରୁ ୩ ରୁ ୪ କିଲୋମିଟର ବାଟ ଚାଲିଆସିଲେ ପିଚୁ ରାସ୍ତା । ବାମ ଦିଗକୁ ମୋଡି କିଛି ବାଟ ଗଡିଗଲେ କୋରାପୁଟ ଜିଲ୍ଲାର ଖଣିଜ ସମ୍ପଦରେ ଭରା ନାଲକୋ ନଗରୀ ଦାମନଯୋଡି । କିନ୍ତୁ ୱାର୍ଡ ମେମ୍ବର ସତ୍ୟ ନନ୍ଦିବାଲିଙ୍କ ପାଇଁ ନାଲକୋ ନଗରୀ ନିକଟ ଗାଁର ରାସ୍ତାରେ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ ସମ୍ଭବ ହେଉନି ।

ଆଜକୁ 20 ବର୍ଷ ପୂର୍ବେ ଗାଁକୁ ଆସିଥିବା ରାସ୍ତା ଅସମ୍ପୂର୍ଣ୍ଣ ରହିଥିବା ଯୋଗୁଁ ଅନେକ ବର୍ଷ ହେବ ରାସ୍ତା ତଳର ପଥର ଆଁ କରିଛି । କେଉଁଠି ରାସ୍ତା ମଝିରେ ପାଣି ଜମିଯାଇ ସମସ୍ୟା ସୃଷ୍ଟି କରୁଛି ତ ଆଉ କେଉଁଠି ପାଦଚଲା ପଥିକକୁ ରାତ୍ରିର ଅନ୍ଧକାରରେ ପଥର ବାଧକ ସୃଷ୍ଟି କରୁଛି । ଅନ୍ୟପଟେ ପାଞ୍ଚ ବର୍ଷ ପୂର୍ବେ ଗାଁ ମୁଣ୍ଡରେ ଥିବା ପୋଲରେ ଗାତ ମଧ୍ଯ ରହିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମଣିଷଙ୍କଠାରୁ ଆରମ୍ଭ କରି ଗାଇଗୋରୁଙ୍କ ପର୍ଯ୍ୟନ୍ତ ସେ ଗାତ ଭିତରେ କେତେ ଥର ଯେ ପଡିଛନ୍ତି ତାହା ଗଣନା କରିହେବ ନାହିଁ । ଏହି ଗାଁଟି ନାଲକୋର ଅତି ନିକଟରେ ଥିବା ଯୋଗୁଁ ନିୟମ ଅନୁଯାୟୀ କମ୍ପାନୀର ପାରିପାର୍ଶ୍ବିକ ଅଞ୍ଚଳରେ ଅନ୍ତର୍ଭୁକ୍ତ ହୋଇ ସ୍ୱତନ୍ତ୍ର ସୁବିଧାର ଅଧିକାରୀ ହେବା କଥା । ମାତ୍ର ସ୍ୱତନ୍ତ୍ର ତ ଦୂରର କଥା ସରକାର ବା ନାଲକୋ କର୍ତ୍ତୃପକ୍ଷ କେହି ହେଲେ ଏହି ଗାଁ କୁ ଆଡ ଆଖିରେ ବି ଦେଖୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : Jul 17, 2019, 3:49 PM IST

For All Latest Updates

ABOUT THE AUTHOR

...view details