ଓଡିଶା

odisha

କୋରାପୁଟ ଓ ଜୟପୁର ଘାଟିରେ 2 ଟ୍ରକ ମୁହାଁମୁହିଁ, ଦୁଇ ଆହତ

By

Published : May 22, 2021, 1:19 PM IST

କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଘାଟି ରାସ୍ତାରେ ପୁଣି ଏକ ଦୁର୍ଘଟଣା । ଆଜି(ଶନିବାର) ସକାଳେ ଏକ ଟ୍ରକକୁ ପଛ ପଟୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି ।

କୋରାପୁଟ ଓ ଜୟପୁର ଘାଟିରେ ଟ୍ରକକୁ ଧକ୍କା ଦେଲା ଟ୍ରକ୍, ଦୁଇ ଆହତ
କୋରାପୁଟ ଓ ଜୟପୁର ଘାଟିରେ ଟ୍ରକକୁ ଧକ୍କା ଦେଲା ଟ୍ରକ୍, ଦୁଇ ଆହତ

କୋରାପୁଟ: କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଘାଟି ରାସ୍ତାରେ ପୁଣି ଏକ ଦୁର୍ଘଟଣା । ଆଜି(ଶନିବାର) ସକାଳେ ଏକ ଟ୍ରକକୁ ପଛ ପଟୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି । ଗତ ଦୁଇଦିନ ତଳେ ଏହି ସ୍ଥାନରେ ଗ୍ୟାସ ଟ୍ୟାଙ୍କର ଘାଟି ତଳକୁ ଖସି ଯାଇଥିଲା ।

କୋରାପୁଟ ଓ ଜୟପୁର ଘାଟିରେ ଟ୍ରକକୁ ଧକ୍କା ଦେଲା ଟ୍ରକ୍, ଦୁଇ ଆହତ

ତେବେ ଵର୍ତମାନ ପର୍ଯ୍ୟନ୍ତ ଓଲଟି ପଡିଥିବା ଗ୍ୟାସ ଟ୍ୟାଙ୍କର ମଧ୍ୟରୁ ସମସ୍ତ ଗ୍ୟାସ ସ୍ଥାନାନ୍ତର କରାଯାଇନଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇଟି ଟ୍ରକକୁ ରାସ୍ତାରୁ ହଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏପଟେ ଗ୍ୟାସ ଟାଙ୍କି ଖାଲି କରାଯାଉଥିବାରୁ ଘାଟି ରାସ୍ତା ଆଜି ମଧ୍ୟ ବନ୍ଦ ରଖାଯାଇ ରାଣୀଗୁଡା ବାଟଦେଇ କୋରାପୁଟ ଓ ଜୟପୁର ମଧ୍ୟରେ ଯାତାୟତକୁ ନିୟନ୍ତ୍ରିତ କରାଯାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details