କୋରାପୁଟ: କରାଳରୂପୀ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଆଗୁଆ ସଜବାଜ ଚଲାଇଛନ୍ତି କୋରାପୁଟ ପ୍ରଶାସନ ଓ ଲୋକ ପ୍ରତିନିଧି । ମଙ୍ଗଳବାର ପ୍ରାକୃତିକ ବିପର୍ଯୟ ବେଳେ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସଦ୍ଭାବନା ସଭାଗୃହରେ ପ୍ରାକ ମୌସୁମୀ ସମନ୍ୱୟ ବୈଠକ ବସିଥିଲା । ଜିଲ୍ଲାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତେ ମିଶି ଆଲୋଚନା ଜରିଆରେ ସମାଧାନ ଖୋଜିଛନ୍ତି ।
ଜିଲ୍ଲାରେ ସମୁଦାୟ ସାତଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ସେଥିରୁ କିଛି ଆଶ୍ରୟସ୍ଥଳୀ ଭଗ୍ନାବସ୍ଥାରେ ପଡିରହିଛି । ସେଗୁଡିକର ମରାମତି କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।