କୋରାପୁଟ: ଆଜିଠାରୁ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ (covid19 restriction in koraput) । ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ସମସ୍ତ ଧର୍ମନୁଷ୍ଠାନକୁ ବନ୍ଦ (Religious places close) ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଜିଲ୍ଲାପାଳ ଅବଦଲ ଅକ୍ତର ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ କରି ଆସନ୍ତା ନିର୍ଦ୍ଦେଶ ପାଇବା ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାପ୍ରଶାସନ ତରଫରୁ କୋଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବାବେଳେ ଲୋକେ ଧର୍ମାନୁଷ୍ଠାନ ଗୁଡିକରେ ଏକାଠି ହୋଇ ଗହଳି ନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସ୍ପଷ୍ଟ କରିଛନ୍ତି । ସୂଚନାଥାଉକି ଆଗକୁ ମକର ସଂକ୍ରାନ୍ତି ରହିଛି । ଯାହା ଫଳରେ ମନ୍ଦିର ଗୁଡିକରେ ପ୍ରବଳଗହଳି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।