କୋରାପୁଟ : ଜନସାଧାରଣ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଦଶମନ୍ତପୁର ବିଡିଓଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୋରାପୁଟ ଜିଲ୍ଲା ବ୍ଲକର ବିଭିନ୍ନ ଗାଁରୁ ହଜାର ହଜାର ଗ୍ରାମବାସୀ ଦଶମନ୍ତପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପନ୍ଦର ଦଫା ଦାବି ସହ ପ୍ଲାକାଡ ଓ ବ୍ୟାନର ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଏକତା ସୁରକ୍ଷା ମଞ୍ଚବିଶାଳ ଶୋଭାଯାତ୍ରା
ପନ୍ଦର ଦଫା ଦାବିକୁ ନେଇ ଦଶମନ୍ତପୁରରେ ବିଶାଳ ଶୋଭାଯାତ୍ରା । ଅଧିକ ପଢନ୍ତୁ.....
ବିଶାଳ ଶୋଭାଯାତ୍ରା
ମଞ୍ଚର ଆବାହକ କୁମର ଜାନୀଙ୍କ କହିବାନୁଯାୟୀ କାଳିଆ ଯୋଜନାଠାରୁ ଆରମ୍ଭ କରି ଜଳ , ରାସ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ