ଓଡିଶା

odisha

ETV Bharat / state

ବଢୁଛି ମାଣ୍ଡିଆ ଚାହିଦା; ଉତ୍ପାଦନ ବୃଦ୍ଧି ପାଇଁ ଚାଲିଛି ପ୍ରୟାସ

ମାଣ୍ଡିଆର ଗୁରୁତ୍ବ ଓ ଚାହିଦାକୁ ଦେଖି କୋରାପୁଟ କୃଷି ବିଭାଗ ଅଧିକ ଅମଳ ପାଇଁ ନେଇଛି ପଦକ୍ଷେପ ।

By

Published : Aug 27, 2019, 7:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ମାଣ୍ଡିଆ ’ ଏହା ହେଉଛି ଏକ ବିଶ୍ବସ୍ତର ଖାଦ୍ୟ । ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲାରେ ଏହା ବହୁଳ ଭାବେ ଚାଷ ହୋଇଥାଏ । ଏହି ମାଣ୍ଡିଆରେ ଆଦିବାସୀ ମାନେ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ତମାନ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ମାଣ୍ଡିଆ ବିସ୍କୁଟ ମଧ୍ୟ ପ୍ରସ୍ତୁତ ହେଲାଣି । ଆଦିବାସୀଙ୍କ ବ୍ୟତିତ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ମାଣ୍ଡିଆ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଏକ ଆବଶ୍ୟକତା ପାଲଟି ଯାଇଥିବା ଯୋଗୁଁ ପାରମ୍ପରିକ ପଦ୍ଧତିରେ ଅମଳ ହେଉଥିବା ମାଣ୍ଡିଆ , ବଜାରର ଚାହିଦା ମେଣ୍ଟାଇ ପାରୁନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେଣୁ ବର୍ତ୍ତମାନ ଚାଷୀ ଅଧିକ ଅମଳକ୍ଷମ ମାଣ୍ଡିଆ ବିହନଓ ଚାଷ କରିବାର ଉନ୍ନତ ମାନର ପଦ୍ଧତି ଆବଶ୍ୟକତା କରୁଛି । ଚାଷୀଙ୍କ ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ମିଲେଟ ମିଶନ । ଜିଲ୍ଲା କୃଷି ବିଭାଗ ଓ କୋରାପୁଟ ଫାର୍ମର୍ସ ଆସୋସିଏସନର ମିଳିତ ଉଦ୍ୟମରେ ଚାଷୀଙ୍କୁ ସଘନ ପ୍ରଣାଳୀ ବା( ଏସଏମଆଇ) ମାଧ୍ୟମରେ ଚାଷୀଙ୍କୁ ସହଯୋଗ କରାଯାଇଛି ।

ଏଥିପାଇଁ ଚଳିତ ବର୍ଷ ଜିଲ୍ଲାର ମସ୍ତିପୁଟ ପଞ୍ଚାୟାତ ଅନ୍ତର୍ଗତ ବାସୁପୁଟ ଗ୍ରାମର ରଘୁନାଥ ନାୟକଙ୍କ ଜମିରେ ଦଶ ପ୍ରକାର ବିଭିନ୍ନ କିସମର ମାଣ୍ଡିଆକୁ 30 ଗୋଟି ବିଲ(ଖେତ)ରେ ପରୀକ୍ଷା ମୂଳକ ଭାବେ ଚାଷ କରାଯାଇଛି । ଏହି ଚାଷରେ ୯ ପ୍ରକାରର ଦେଶୀ ବିହନ ରହିଥିବା ବେଳେ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ନୂତନ ବିହନକୁ ମଧ୍ୟ ସାମିଲ କରାଯାଇଛି ବୋଲି କହିଛନ୍ତି ଚାଷୀ ରଘୁନାଥ ।


ଏହି ପରୀକ୍ଷା ମୂଳକ ଚାଷରେ ଯେଉଁ ବିହନ ଅଧିକ ଅମଳ ହେବ ସେହି ବିହନକୁ ସଂରକ୍ଷିତ ରଖି ଜିଲ୍ଲାର ଅନ୍ୟଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷକ ସଂଘର ସଂପାଦକ । କୋରାପୁଟ ଜିଲ୍ଲାର 61 ପ୍ରତିଶତ ଭାଗ ଢିପ ଜମି ଓ ସେଥିରେ ମାଣ୍ଡିଆ ଜାତୀୟ ଫସଲ ସର୍ବୋତ୍କୃଷ୍ଟ ହୋଇଥିବା ଯୋଗୁଁ ଜିଲ୍ଲା କୃଷି ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିଥିବା ଜିଲ୍ଲା କୃଷି ଅଧିକାରୀ ସୁବ୍ରତ ରଥ କହିଛନ୍ତି । ୨୦୧୭ ରେ ଜିଲ୍ଲାର ୭ଟି ବ୍ଲକରେ ଆରମ୍ଭ ହୋଇଥିବା ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ ୨୦୧୮ ବେଳକୁ ୨୫୦୦ ହେକ୍ଟର ରେ ୬୪୭୮ ଚାଷୀ ଉପକୃତ ହୋଇଛନ୍ତି ।

କୋରାପୁଟ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details