ଓଡିଶା

odisha

ETV Bharat / state

ପ୍ରାଥମିକ ପିଲାଙ୍କ ପାଇଁ କୋରୋନା କଟକଣା, ବାରଣ୍ଡା ପାଲଟିଛି ସ୍କୁଲ - ବାରଣ୍ଡ ପାଲଟିଛି ସ୍କୁଲ

ଓଡିଶା ସରକାରଙ୍କ ଅଜବ ବ୍ୟବସ୍ଥା ଯୋଗୁଁ କେଉଁଠି ପିଲା ଗଛ ମୂଳେ ପଢୁଛନ୍ତି ତ କେଉଁଠି ବାରଣ୍ଡାରେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରୋପୁଟ ଜିଲ୍ଲାରେ । ସ୍କୁଲ ନ ଖୋଲି ଥିବାରୁ ପିଲାଙ୍କୁ ଅନ୍ୟଜଣଙ୍କ ଘର ବାରଣ୍ଡାରେ ପଢିବାକୁ ପଡୁଛି । ଅଧିକ ପଢନ୍ତୁ...

ବାରଣ୍ଡାରେ ପାଠପଢା
ବାରଣ୍ଡାରେ ପାଠପଢା

By

Published : Oct 10, 2021, 9:37 AM IST

କୋରାପୁଟ: ଶିକ୍ଷାଅଧିକାର ଆଇନରେ ପ୍ରତ୍ୟେକ ପିଲାଙ୍କୁ ଏକ ସୁରକ୍ଷିତ ପରିବେଶରେ ଶିକ୍ଷାଲାଭ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଆଜି ବି ଅନେକ ପିଲା ସୁସ୍ଥ ପରିବେଶରେ ପଢିପାରୁ ନାହାନ୍ତି । ଓଡିଶା ସରକାରଙ୍କ ଅଜବ ବ୍ୟବସ୍ଥା ଯୋଗୁଁ କେଉଁଠି ପିଲା ଗଛ ମୂଳେ ପଢୁଛନ୍ତି ତ କେଉଁଠି ବାରଣ୍ଡାରେ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରୋପୁଟ ଜିଲ୍ଲାରେ । ସ୍କୁଲ ନ ଖୋଲି ଥିବାରୁ ପିଲାଙ୍କୁ ଅନ୍ୟଜଣଙ୍କ ଘର ବାରଣ୍ଡାରେ ପଢିବାକୁ ପଡୁଛି ।

ବାରଣ୍ଡାରେ ପାଠପଢା

ସରକାରଙ୍କ ଲିଖିତ ନିର୍ଦ୍ଦେଶ ଅନୁଯାୟୀ ନବମ ଓ ଦଶମ ଶ୍ରେଣୀର ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଅନୁମତି ଦିଆଯାଇଛି । କୋଭିଡ କଟକଣାର ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ବିଦ୍ୟାଳୟ ବାରଣ୍ଡା ଚଢ଼ିବାକୁ ବାରଣ କରିଦିଆଯାଇଛି । ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀଙ୍କ ମୌଖିକ ନିର୍ଦେଶ କ୍ରମେ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଗାଁ ବାରଣ୍ଡାରେ ତ ପୁଣି ଗଛ ମୂଳେ ପାଠ ପଢ଼ାଉଛନ୍ତି । କେଉଁଠି ପ୍ରଶସ୍ତ ବାରଣ୍ଡା ନଥିବା ଯୋଗୁଁ ମଧ୍ୟ ପିଲାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଅନେକ ପିଲାମାନେ ପିଣ୍ଡାରେ ବସି ପଢିବାକୁ ଅରାଜି ହେଉଛନ୍ତି । ସ୍କୁଲ ଖୋଲଯାଉ ନଚେତ ସ୍କୁଲ ବାରଣ୍ଡରେ ପଢିବାକୁ ଅନୁମତି ଦେବାକୁ କହିଛନ୍ତି ସ୍କୁଲ ଶିକ୍ଷକ ।

ଏହି ଅସୁବିଧା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି କୋରାପୁଟ ବିଇଓ ଶ୍ରୀକାନ୍ତ ଜାନୀ । ବିଦ୍ୟାଳୟ ବାରଣ୍ଡା ସଫା ସୁତୁରା, ସୁରକ୍ଷିତ ଅବସ୍ଥାରେ ଥିବା ବେଳେ ସେହିଠାରେ କୋରୋନା ଭୂତାଣୁ ପିଲାଙ୍କୁ ଅପେକ୍ଷା କରିଥିବା ଭଳି ବାରଣ ନିର୍ଦ୍ଦେଶକୁ ବୁଝି ପାରୁନାହାନ୍ତି ବଗେଇପଦର ପ୍ରାଥମିକ ବିଦ୍ୟାଳୟର ଏସଏମସିର ସଦସ୍ୟ । ଶିକ୍ଷକ, ଅଭିଭାବକଙ୍କ ଠାରୁ ଆରମ୍ଭ କରି ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ହୃଦୟଙ୍ଗମ କରୁଛନ୍ତି ଯେ ସରକାରୀ ନିୟମ ପାଳନ ନାଁରେ ପିଲାଙ୍କୁ ଏକ ଅସୁରକ୍ଷିତ ବଳୟ ମଧ୍ୟକୁ ଠେଲି ଦିଆଯାଇଛି । କିନ୍ତୁ ସମସ୍ତଙ୍କ ମନରେ କେବେ ଏ ସମସ୍ୟ ଦୂର ହେବ ଆଉ ପିଲାଙ୍କ ପାଠପଢା ସ୍ବାଭାବିକ ହେବ ।

କୋରାପୁଟରୁ ସିଏଚ ଶାନ୍ତାକାରଙ୍କ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details