ଓଡିଶା

odisha

ETV Bharat / state

କୋରାପୁଟରେ ପଲିଥିନ ମନା

ପଲିଥିନ ବ୍ୟବହାର କଲେ ପ୍ରଶାସନ ନେବ କାର୍ଯ୍ୟାନୁଷ୍ଠାନ । କୋରାପୁଟକୁ ସମ୍ପୂର୍ଣ୍ଣ ପଲିଥିନ ନିଷେଦ୍ଧ ସହର କରିବାକୁ ପୌରପାଳିକା ନେଇଛି ନିଷ୍ପତ୍ତି ।

By

Published : Jun 15, 2019, 11:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

କୋରାପୁଟ: ସହରର ନାଳ ନର୍ଦ୍ଦମା ଠାରୁ ଆରମ୍ଭକରି ରାସ୍ତାଘାଟ ସବୁଆଡ଼େ ଖାଲି ପଲିଥିନ । ପଲିଥିନ ପ୍ରଦୂଷଣ ବୃଦ୍ଧି ସମ୍ପୂର୍ଣ୍ଣ ସହରର ଜନଜୀବନରେ ସୃଷ୍ଟି କରିଛି ବିରାଟ ସମସ୍ୟା । ତେଣୁ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ପରିଲକ୍ଷିତ ହେଉଥିବାରୁ ପ୍ରଶାସନ ଏହା ଉପରେ ଲଗାଇଛି କଟକଣା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

ପଲିଥିନ୍ ବ୍ୟବହାର ନକରି ବଜାର ଆସିବା ବେଳେ ଘରୁ କନାର ମୁଣାଟିଏ ଆଣିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି । ଯେଉଁ ଦୋକାନୀ ଏହି ନିର୍ଦେଶର ଅବମାନନା କରି ପଲିଥିନରେ ଜିନିଷ ଦେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୌରପାଳିକା ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ।

ତେବେ ବିଗତ ଦିନ ମାନଙ୍କରେ ଅନେକବାର ପଲିଥିନ ମୁଣାର ବ୍ୟବହାର ଉପରେ କଟକଣା ଜାରି କରାଯାଇଥିବା ବେଳେ ପ୍ରଶାସନ ଦ୍ବାରା ଦିଆଯାଇଥିବା ନିର୍ଦେଶକୁ ବଳବତ୍ତର କରିବା ସମ୍ଭବପର ହୋଇପାରି ନଥିଲା । କିନ୍ତୁ ଚଳିତ ବର୍ଷ ପ୍ରଶାସନର ଏହି ନିଶେଦ୍ଧାଦେଶ କେତେ ପର୍ଯ୍ୟନ୍ତ ଫଳପ୍ରଦ ହେବ ସେ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details