ଓଡିଶା

odisha

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେଇ ଫସିଲେ IIC ଓ ASI

By

Published : Jul 29, 2023, 9:32 AM IST

ଭିଜିଲାନ୍ସ ଜାଲରେ ଦଶମନ୍ତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇ । ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

police iic and asi caught red handed by vigilance
police iic and asi caught red handed by vigilance

police iic and asi caught red handed by vigilance

କୋରାପୁଟ: ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ । ମାମଲା ରଫା ଦଫା କରିବା ପାଇଁ ମହଙ୍ଗା ପଡିଲା ଲାଞ୍ଚ ନେବା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସଆଇ ଦିପ୍ତି ହୀରା । 8000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ । ଉଭୟଙ୍କୁ ଗିରଫ ପରେ ଭିଜିଲାନ୍ସ ବିଭାଗ ଛାନଭିନ ଜାରି ରଖିଛି ।

ଉଭୟଙ୍କ ବାସଭବନ ଓ ପୈତୃକ ଘରେ ଏକକାଳୀନ ଚଢାଉ ଜାରି ରହିଛି । ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଜୟପୁର ଓ ଅନୁଗୋଳରେ ରେଡ କରୁଥିବା ଜଣାପଡିଛି । ଜୟପୁର ପାଇଲସାହି ସ୍ଥିତ ଆଇଆଇସିଙ୍କ ଘରେ ଚଢାଉ ଚାଲିଥିବା ବେଳେ ଏଏସଆଇଙ୍କ ଅନୁଗୋଳ ସ୍ଥିତ ଘରେ ଚଢାଉ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ; ୮ ହଜାର ଲାଞ୍ଚ ନେଇ ଧରାପଡିଲେ

ମିଳିଥିବା ସୂଚନା ମୁତାବକ, ଗତ 2022 ପଞ୍ଚାୟତ ନିର୍ବାଚନ ସମୟରେ ଏକ ଗଣ୍ଡଗୋଳ ମାମଲାକୁ ରଫା ଦଫା କରିବା ପାଇଁ ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସଆଇ ଦିପ୍ତ ହୀରା 13 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ଉଭୟ‌େ 5 ହଜାର ଟଙ୍କା ନେଇଥିବା ବେଳେ ଗତକାଲି(ଶୁକ୍ରବାର) 8 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ବିଭାଗ ଚଢାଉ କରି ଉଭୟଙ୍କୁ ଗିରଫ କରିବା ପରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏନେଇ ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ 24/23ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏବେ ଉଭୟଙ୍କ ଘରେ ରେଡ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଉଭୟଙ୍କ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଜିଲାଇ 26 ତାରିଖ ଦିନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଅନୁଗୋଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥି । ଏକ ପାରିବାରିକ ମାମଲା ରଫାଦଫା କରିବାକୁ ସେ ଜଣଙ୍କ ଠାରୁ 8 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏଭଳି ଲାଞ୍ଚ କାରବାର ନେଇ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଆସୁଥିଲା । ବାରମ୍ବାର ଲାଞ୍ଚ ଖିଆ ପୋଲିସ ବାବୁ ଭିଜିଲାନ୍ସ ହାବୁଡରେ ପଡି ହଟହଟା ହେଉଥିଲେ ମଧ୍ୟ ନିଜର ପ୍ରବୃତ୍ତି ଛାଡି ପାରୁନାହାନ୍ତି । କିଛି ଦିନ ତଳେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଜଣେ ଥାନା ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡିଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details