ଓଡିଶା

odisha

ETV Bharat / state

ଦୁଷ୍କର୍ମ ପୀଡିତାଙ୍କ ବୟାନ ବଦଳାଇବାକୁ ଚାପ ପକାଉଛି ପୋଲିସ

୧୬ ବର୍ଷର ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ଓ ଗାଁର ଆଉ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୀଡିତାକୁ ଡାକି ବୟାନ ବଦଳାଇବାକୁ ପୋଲିସ ଚାପ ପ୍ରୟୋଗ କରିଥିବା ନିଜେ ପୀଡିତା ପ୍ରକାଶ କରିଛି ।

By

Published : Jun 5, 2019, 11:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


କୋରାପୁଟ: ମାଛକୁଣ୍ଡ ଥାନା ଅନ୍ତର୍ଗତ ସଇଲପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ନବମ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ଗାଁର ଆଉ ଦୁଇଜଣ ଯୁବକଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୀଡିତାକୁ ଡାକି ବୟାନ ବଦଳାଇବାକୁ ପୋଲିସ ଚାପ ପ୍ରୟୋଗ କରିଥିବା ନିଜେ ପୀଡିତା ପ୍ରକାଶ କରିଛି । ଆଜି କୋରାପୁଟ ଜିଲ୍ଲା ଶିଶୁ ଅଧିକାରୀ ରାଜଶ୍ରୀ ଦାସ ଓ ସଖୀର ସଂଯୋଜିକା ଶିବାନୀ ପାତ୍ର ଆଶାକିରଣ ହସ୍ପିଟାଲରେ ଡାକ୍ତରୀମାଇନା କରିବା ପରେ ଝିଅ ଓ ବାପାଙ୍କୁ ନେଇ ମାଛକୁଣ୍ଡ ଥାନାରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ଗତ ଶନିବାର ରାତିରେ ପୀଡିତାଙ୍କ ଘରେ ଏକ ଭୋଜି ଅନୁଷ୍ଠିତ ହେଉଥିଲା । ସମସ୍ତେ ବ୍ୟସ୍ତ ରହିଥିବା ବେଳେ ଝିଅକୁ ସମ୍ପର୍କୀୟ ଦାଦା ତାଙ୍କ ଘରୁ ଡାକିନେଇ ଦୁଇଜଣ ଯୁବକଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲେ । ଏହାପରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଏକ ଦୂର ଅପନ୍ତରା ଜାଗାରେ ଛାଡିଯାଇଥିବା କଥା ଝିଅର ବାପା ଜିଲ୍ଲା ଶିଶୁଅଧିକାରୀ ରାଜଶ୍ରୀ ଦାସ ଓ ସଖୀର ସଂଯୋଜିକା ଶିବାନୀ ପାତ୍ରଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ଝିଅକୁ ସେହିଦିନ ରାତିସାରା ଖୋଜାଖୋଜି କଲାପରେ ସକାଳୁ ଝିଅକୁ ନେଇ ପରିବାର ବର୍ଗ ମାଛକୁଣ୍ଡ ଥାନାକୁ ଯାଇଥିଲେ ହେଁ ଅଭିଯୋଗ ପତ୍ରକୁ ଥାନାରେ ଗ୍ରହଣ କରି ନ ଥିବା ବାପା ଅଭିଯୋଗ କରିଛନ୍ତି । ଏହାପରେ ଝିଅକୁ ଡାକି ପୋଲିସ ବୟାନ ବଦଳାଇବାକୁ ଚାପ ପ୍ରୟୋଗ କରିଥିବା ଝିଅ କହିବା ପରେ ପରିବାର ବର୍ଗ ଡିସିପିଓଙ୍କୁ ମଧ୍ୟ ଅବଗତ କରାଇଥିଲେ । ପୀଡିତାଙ୍କ ଘରେ ପହଞ୍ଚି ରାଜଶ୍ରୀ ଦାସ ଓ ଶିବାନୀ ପାତ୍ର ଝିଅକୁ ପ୍ରଥମେ ଲମତାପୁଟରେ ଥିବା ଆଶାକିରଣ ହସ୍ପିଟାଲରେ ପରୀକ୍ଷା କରିବା ପରେ ଝିଅ ଓ ବାପାଙ୍କୁ ନେଇ ମାଛକୁଣ୍ଡ ଥାନାରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।


କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details