ଓଡିଶା

odisha

ETV Bharat / state

ବ୍ୟାଗ୍ ତିଆରି କରି ସ୍ୱାବଲମ୍ବୀ ହେଲେ ଗ୍ରାମବାସୀ - business

ବ୍ୟାଗ ସିଲେଇ କରି ସ୍ୱାବଲମ୍ବୀ ପାଲଟିଛନ୍ତି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ସଦର ମହକୁମାର ବଙ୍ଗଳାଗୁଡା ଗ୍ରାମବାସୀ । ଗାଁରେ ପାନୀୟ ଜଳ ଓ ଚାଷ ପାଇଁ ଜଳର ଅଭାବ ସେମାନଙ୍କୁ ଅତୀତରେ ଦାଦନ ଖଟିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଏବେ ନିଜ ରୋଜଗାରର ରାସ୍ତା ନିଜେ ଖୋଜି ବାହାର କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 30, 2019, 5:59 AM IST

କୋରାପୁଟ: ବ୍ୟାଗ ସିଲେଇ କରି ସ୍ୱାବଲମ୍ବୀ ପାଲଟିଛନ୍ତି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ସଦର ମହକୁମାର ବଙ୍ଗଳାଗୁଡା ଗ୍ରାମବାସୀ । ଗାଁରେ ପାନୀୟ ଜଳ ଓ ଚାଷ ପାଇଁ ଜଳର ଅଭାବ ସେମାନଙ୍କୁ ଅତୀତରେ ଦାଦନ ଖଟିବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଏବେ ନିଜ ରୋଜଗାରର ରାସ୍ତା ନିଜେ ଖୋଜି ବାହାର କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବଜାରରୁ ପ୍ଲାଷ୍ଟିକ ସିମେଣ୍ଟ ବସ୍ତା ଆଣି ବ୍ୟାଗ ଶିଲାଉଛନ୍ତି ଗ୍ରାମର ଶତାଧିକ ପରିବାର । ଏହାକୁ ଏବେ ସଫଳ ବ୍ୟବସାୟର ରୁପ ମଧ୍ୟ ଦେଇଛନ୍ତି ଗ୍ରାମବାସୀ । ପୁରୁଣା ସିମେଣ୍ଟ ଅଖା ଏବଂ ଆନ୍ଧ୍ରରୁ ଆସୁଥିବା ଚିଙ୍ଗୁଡ଼ି ଖାଦ୍ୟର ଖାଲି ବସ୍ତାକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ବ୍ୟାଗ ।

ଗ୍ରାମରେ ଚାଷ କାମ ବା ଅନ୍ୟ କୌଣସି କାର୍ଯ୍ୟ କରିବାର ସୁବିଧା ନଥିବାରୁ ଗ୍ରାମବାସୀ ଦାଦନ ଖଟିବାକୁ ବାହାରକୁ ଯାଉଥିଲେ । କିନ୍ତୁ ବ୍ୟାଗ୍ ବ୍ୟବସାୟ ଜୋର୍ ଧରିବା ପରେ ସମସ୍ତେ ଜୀବନ ଜୀବିକା ପାଇଁ ସର୍ବନିମ୍ନ ଆବଶ୍ୟକତାକୁ ପୁରଣ କରିବାରେ ସମର୍ଥ ହୋଇ ପାରିଛନ୍ତି । ପରିବାରର ସମସ୍ତେ ଏପରିକି ପାଠପଢା ଯୁବକ ଯୁବତୀ ମଧ୍ୟ ଏହି କାର୍ୟ୍ୟରେ ସାମିଲ ହୋଇ ଦିନକୁ ପ୍ରାୟ ୫୦୦ ଟଙ୍କା ରୋଜଗାର କରି ପାରୁଛନ୍ତି ।

ତେବେ ସରକାର ଉନ୍ନତ ଧରଣର ସିଲାଇ ମେସିନ ଏବଂ କାର୍ଯ୍ୟକାରୀ ପାଣ୍ଠି ଭାବେ କିଛି ଋଣ ଯୋଗାଇଦେଲେ ବୃହତ ବଜାର ସୃଷ୍ଟି କରିହେବ ବୋଲି କହିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details