ଓଡିଶା

odisha

ETV Bharat / state

ଆକାଶଗୁଡା ଓ ଚିନ୍ଦିରୀ ଗାଁର ଦୁଃଖ ଡମ୍ପିଂୟାର୍ଡ଼ - କୋରାପୁଟ ଖବର

ଆବର୍ଜନାକୁ ନେଇ ଚିନ୍ତିତ ଲୋକ । ସହରର ଅଳିଆ ଆବର୍ଜନାକୁ ଆକାଶଗୁଡା ଓ ଚିନ୍ଦିରୀ ଗାଁ ନିକଟରେ ଥିବା ଏକ ଡମ୍ପିଂୟାର୍ଡ଼ରେ ପକାଇ ଦିଆଯାଉଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ମଇଳା ଡମ୍ପିଙ୍ଗ ୟାର୍ଡ଼ ଯୋଗୁଁ ଅତିଷ୍ଠ ଦୁଇ ଗ୍ରାମବାସୀ
ମଇଳା ଡମ୍ପିଙ୍ଗ ୟାର୍ଡ଼ ଯୋଗୁଁ ଅତିଷ୍ଠ ଦୁଇ ଗ୍ରାମବାସୀ

By

Published : Jun 3, 2022, 2:38 PM IST

କୋରାପୁଟ:ଆବର୍ଜନାକୁ ନେଇ ଚିନ୍ତିତ ଲୋକ ।ସହରର ଅଳିଆ ଆବର୍ଜନାକୁ ଆକାଶଗୁଡା ଓ ଚିନ୍ଦିରୀ ଗାଁ ନିକଟରେ ଥିବା ଏକ ଡମ୍ପିଂୟାର୍ଡ଼ରେ ପକାଇ ଦିଆଯାଉଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ଖାଲି ଗ୍ରାମବାସୀ ନୁହନ୍ତି ଗାଈ ଗୋରୁଙ୍କ ଜୀବନ ବି ବିପଦରେ ପଡିଛି । ଏ ସମସ୍ୟା ଦିନ କି ଦୁଇ ଦିନର ନୁହେଁ ଦୀର୍ଘ ୧୨ ବର୍ଷ ହେବ ଡମ୍ପିଂୟାର୍ଡ଼ ପାଇଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ବାରମ୍ବାର ଏ ନେଇ ପ୍ରଶାସନକୁ କହିବା ପରେ ଏ ଦିଗରେ ପ୍ରଶାସନର ନିଘା ନାହିଁ ।

ଡମ୍ପିଙ୍ଗ ୟାର୍ଡ଼ ଜମା କୁଢ କୁଢ ଅଳିଆ, ଅତିଷ୍ଠ ଦୁଇ ଗ୍ରାମବାସୀ

ଡମ୍ପିଂୟାର୍ଡ଼ରେ କୁଢ କୁଢ ଅଳିଆ ଆବର୍ଜନା ଜମା ହେଉଛି । ଫଳରେ ମଛା ମାଛିଙ୍କ ବଂଶ ବୃଦ୍ଧି ହୋଇଛି । ଫଳରେ ଲୋକେ ନାକେଦମ ହେଉଛନ୍ତି । ଗ୍ରାମବାସୀ ଏହାକୁ ବାରମ୍ବାର ବିରୋଧ କରି ଆସିଛନ୍ତି । ଖାଲି ଗ୍ରାମବାସୀ ନୁହେଁ ବୁଲା ଗାଈଗୋରୁ ଓ ଏପରିକି ବେଳେ ବେଳେ ଭାଲୁ ଏହି ଅଳିଆ ଆବର୍ଜନାକୁ ଖାଇ ଅସୁସ୍ଥ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଳିଆ ଗଦାର ତଳଭାଗରେ ଭାଲୁ ରହି ଏହି ଅଳିଆ ଗଦାରେ ଖାଦ୍ୟ ଅନ୍ୱେଷଣ କରୁ କରୁ ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଆକାଶଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଅଳିଆଗଦା ଯୋଗୁଁ ଏହି ଦୁଇ ଗ୍ରାମର ବାୟୁ, ଜଳ ଓ ଜମିକୁ ଦୂଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସିଛନ୍ତି । ଚାଷ ମଧ୍ୟ ପ୍ରଭାବିତ କରିଛି ଏ ଆବର୍ଜନା ସମସ୍ୟା । 'ଆମ ଖତ' ଯୋଜନାରେ ସହରର ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ ସଠିକ ଭାବେ ବିନିଯୋଗ କରିବା ପାଇଁ କୋରାପୁଟ ସହରରେ ରଥଶର୍ମା କଲୋନୀ ଓ ସୁନାପୁରଠାରେ ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲାଯାଇଛି । ହେଲେ ଫଳଶୂନ୍ୟ । ଭବିଷ୍ୟତରେ ଆଉ ଡମ୍ପିଂୟାର୍ଡ଼ ହିଁ ରହିବ ନାହିଁ ବୋଲି କୋରାପୁଟ ପୌରପରିଷଦ ଆଶ୍ୱାସନା ଦେଇଥିଲେ ।

ଅଳିଆଗଦାର ଏକ ପାର୍ଶ୍ୱରେ ପାଚେରୀ ନିର୍ମାଣ କରି ଫାଟକ ଲଗା ଯାଇଥିଲେ ମଧ୍ୟ, ଏହି ପରିସର ମଧ୍ୟରେ ଅଳିଆ ପକାଇବା ବନ୍ଦ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଅଳିଆଗଦାକୁ ଏହି ସ୍ଥାନରୁ ସ୍ଥାନାନ୍ତର କରାନଗଲେ ଏହି ଦୁଇ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details