ଓଡିଶା

odisha

ETV Bharat / state

ପିଲାଙ୍କ ଭବିଷ୍ୟ ପାଇଁ ଶପଥ ନେଲେ ଅଭିଭାବକ

ରାଜ୍ୟର ସମସ୍ତ ସରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ। ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ସମ୍ପନ୍ନ ହୋଇଯାଇଛି ।

By

Published : Jan 17, 2020, 3:57 AM IST

koraput
ଶପଥ ନେଲେ ଅଭିଭାବକ

କୋରାପୁଟ: ଗୁରୁବାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଅଭିଭାବକ ନିଜ ନିଜ ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ସେମାନଙ୍କ ପରୀକ୍ଷା ଖାତାକୁ ଦେଖିବା ଓ ପିଲାମାନଙ୍କ ବିଦ୍ୟାଳୟ ଉପସ୍ଥାନକୁ ନିୟମିତ କରାଇବାର ଶପଥ ପାଠ କରିଥିଲେ ।

ଶପଥ ନେଲେ ଅଭିଭାବକ

ଶିକ୍ଷକ ଶିକ୍ଷୟତ୍ରୀମାନେ ଅଭିଭାବକଙ୍କ ସହ ମିଶି ଝିଅ ପିଲାଙ୍କୁ 18 ଓ ପୁଅଙ୍କୁ 21 ବର୍ଷ ନହେଉଣୁ ବିବାହ କରାଇବେ ନାହିଁ ବୋଲି ଶପଥ ନେଇଥିଲେ । ତେବେ କୋରାପୁଟ ସହରାଞ୍ଚଳରେ ହେଉ ବା ଗ୍ରାମାଞ୍ଚଳ ହେଉ ଏହି ବୈଠକରେ କିଛି ସ୍ଥାନୀୟ ଅଭିଭାବକ ଉପସ୍ଥିତ ଥିବାବେଳେ ଛାତ୍ରାବାସରେ ରହି ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଘରଠାରୁ ବିଦ୍ୟାଳୟର ଦୂରତ୍ବ ଯୋଗୁଁ ଯୋଗ ଦେଇପାରି ନଥିଲେ ।

କିନ୍ତୁ ସେମାନଙ୍କ ସମସ୍ୟାକୁ ଦୂର କରିପାରିଲେ ସେହି ଅଭିଭାବକ ମଧ୍ୟ ସ୍ଥାନୀୟ ଅଭିଭାବକଙ୍କ ଭଳି ନିଜ ପିଲାଙ୍କ ଶିକ୍ଷାଗତ ଅଗ୍ରଗତି ସମ୍ପର୍କରେ ଜାଣିପାରିଥାନ୍ତେ ବୋଲି ମତପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details