ଓଡିଶା

odisha

ETV Bharat / state

କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

ଦଶମ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ ପାଠପଢା ଆରମ୍ଭ ହୋଇଯାଇଥିବା କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଏ ପାଠ ନପଢି ଗାଇ ଚରାଉଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ଅଧିକ ପଢନ୍ତୁ...

କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ
କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

By

Published : Oct 24, 2021, 11:40 AM IST

କୋରାପୁଟ:କୋରୋନା ମାଡରେ ଘାଇଲା ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏବେ ଧିରେ ଧିରେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି । ଦଶମ , ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷାଦାନ କରାଯାଉଛି । ହେଲେ ଅନେକ ସ୍ଥାନରେ ଏବେ ବି ମୋବାଇଲ ଫୋନ ଟିଏ ସ୍ବପ୍ନ ପାଲଟିଥିବା ବେଳେ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ଫଳରେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।

କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ? ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

କୋରାପୁଟ ଜିଲ୍ଲାର ଅନେକ ଆଦିବାସୀ ପିଲାଙ୍କ ପାଇଁ ଅନଲାଇନ ଶିକ୍ଷା ସାତସପନ ପାଲଟିଥିବା ସ୍କୁଲ ବନ୍ଦ ଥିବାରୁ ଅନେକ ଛୋଟ ଛୋଟ ପିଲା ପାଠ ପଢାରୁ ବଞ୍ଚିତ ହୋଇ କିଏ ଚରାଇଲାଣୀତ ଆଉ କାହାର ଖେଳକୁଦରେ ଦିନ ବିତୁଛି । ବର୍ତ୍ତମାନ ଧିରେ ଧିରେ ସ୍କୁଲ କଲେଜ ଖୋଲୁଥିବା ବେଳେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ କେବେ ଖୋଲିବ ସ୍କୁଲ ତାହାକୁ ନେଇ ଚିନ୍ତାରେ ଅଭିଭାବକ ।

ତେବେ ଦିର୍ଘ ୨ବର୍ଷ ହେଲା ସ୍କୁଲ ବନ୍ଦଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଛି । ଗତ କିଛିଦିନ ଧରି ଗାଁ ଦାଣ୍ଡରେ ଅଫଲାଇନରେ ଶିକ୍ଷକ ମାନେ ପାଠ ପଢ଼ାଇବା ପାଇଁ ପ୍ରଚେଷ୍ଟା କରୁଥିଲେବି ଅସ୍ୱାସ୍ଥ୍ୟକର ପରିବେଶ ଓ ପଢିବା ପାଇଁ ଉପଯୁକ୍ତ ସୁବିଧାର ଅଭାବ ଯୋଗୁଁ ଛାତ୍ରଛାତ୍ରୀ କାହା ବାରଣ୍ଡାରେ ବା ଗଛମୂଳେ ପାଠ ପଢିବା ପାଇଁ ଆଗ୍ରହ ଦେଖାଉନାହାନ୍ତି । ତେଣୁ ତୁରନ୍ତ ପ୍ରାଥମିକ ସ୍ତରରୁ ସମସ୍ତ ଶ୍ରେଣୀ ଖୋଲିଦେଇ ବିଦ୍ୟାଳୟରେ ପିଲାଙ୍କ ପାଠ ପଢ଼ିବାର ବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ ଦାବି ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details