ଓଡିଶା

odisha

ETV Bharat / state

କୋରାପୁଟର ସୌନ୍ଦର୍ଯ୍ୟକରଣ ପାଇଁ 10 ଲକ୍ଷ, ଚିତ୍ରକରଙ୍କ ମୁହଁରେ ଫୁଟିଲା ହସ

କୋଭିଡ ଲକଡାଉନ ସମୟରେ କୋରାପୁଟର ଚିତ୍ରକର ହାତବାନ୍ଧି ବସିଥିବା ବେଳେ ସରକାରଙ୍କ ତରଫରୁ ସହରରେ ଚିତ୍ରକରିବାକୁ 10 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏନେଇ ପୌରନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Jun 28, 2020, 9:51 PM IST

କୋରାପୁଟର ସୌନ୍ଦର୍ଯ୍ୟକରଣ ପାଇଁ 10 ଲକ୍ଷ, ଚିତ୍ରକରଙ୍କୁ ମିଳିଲା କାମ
କୋରାପୁଟର ସୌନ୍ଦର୍ଯ୍ୟକରଣ ପାଇଁ 10 ଲକ୍ଷ, ଚିତ୍ରକରଙ୍କୁ ମିଳିଲା କାମ

କୋରାପୁଟ: କୋଭିଡ ଲକଡାଉନ ସମୟରେ କୋରାପୁଟର ଚିତ୍ରକର ହାତବାନ୍ଧି ବସିଥିବା ବେଳେ ସରକାରଙ୍କ ତରଫରୁ ସହରରେ ଚିତ୍ରକରିବାକୁ 10 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏନେଇ ପୌରନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହା ଦ୍ବାରା ଚିତ୍ରକର ମୁହଁରେ ହସ ଫୁଟିଛି ।

କୋରାପୁଟର ସୌନ୍ଦର୍ଯ୍ୟକରଣ ପାଇଁ 10 ଲକ୍ଷ, ଚିତ୍ରକରଙ୍କୁ ମିଳିଲା କାମ

କୋଭିଡ ଲକଡାଉନ ସମୟରେ କୋରାପୁଟ ସହର ଶ୍ରୀହୀନ ହୋଇପଡିଥିଲା ବେଳେ ସହରର ପ୍ରମୁଖ ସ୍ଥାନ ଗୁଡିକରେ ଚିତ୍ର ଆଙ୍କିବାକୁ ସରକାର ଯୋଜନା କରିଛନ୍ତି । ଏହି କାନ୍ଥଚିତ୍ର ମାଧ୍ୟମରେ ବିଭିନ୍ନ ସାମାଜିକ ବାର୍ତ୍ତା, କୋରାପୁଟର ଆଦିବାସୀଙ୍କ ଜୀବନଶୈଳୀ, ଚାଷବାସ, ନାଚଗୀତର ଚିତ୍ର ବେଶ ଆକର୍ଷଣ ସୃଷ୍ଟି କରିଥିବା ନେଇ ନିୟୋଜିତ ହୋଇଥିବା ଚିତ୍ରକର ଟୁବୁଲି ବେହେରା ମତବ୍ୟକ୍ତ କରିଛନ୍ତି ।

ତେବେ ଏହି ସ୍ଥାନୀୟ ଚିତ୍ରକରମାନେ ସହରର ବିଭିନ୍ନ କାନ୍ଥର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ମୁମ୍ବାଇରୁ ଆସି ସ୍ଥାନୀୟ ଟାଉନ ହଲର କ୍ବାରେଣ୍ଟାଇନ କେନ୍ଦ୍ରରେ ରହିଥିବା ଚିତ୍ରକର ସୀତାରାମ ଆଚାରି ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେ ଟାଉନ ହଲର କାନ୍ଥରେ ଚିତ୍ର ଅଙ୍କନ କରି କିଛି ଅର୍ଥ ଉପାର୍ଜନ କରିଥିବାରୁ ଖୁସି ଥିବା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details