ଓଡିଶା

odisha

ETV Bharat / state

ମୁହଁ ଫେରାଉଛନ୍ତି ମାଓ କ୍ୟାଡର, ତିନି ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ - ତଲାସେ

କୋରାପୁଟରେ ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ଦଳରୁ ଉଚିତ୍ ବ୍ୟବହାର ନ ପାଇବା କାରଣରୁ ଆତ୍ମସମର୍ପଣ କରିଥିବା ସୂଚନା । ଅଧିକ ପଢନ୍ତୁ...

ଯନ୍ତ୍ରଣାରେ ଜର୍ଜରିତ ମହିଳା ମାଓବାଦୀ, ଡିଜିଙ୍କ ନିକଟରେ କଲା ଆତ୍ମସମର୍ପଣ
ଯନ୍ତ୍ରଣାରେ ଜର୍ଜରିତ ମହିଳା ମାଓବାଦୀ, ଡିଜିଙ୍କ ନିକଟରେ କଲା ଆତ୍ମସମର୍ପଣ

By

Published : Jul 18, 2021, 6:07 PM IST

Updated : Jul 18, 2021, 10:13 PM IST

କୋରାପୁଟ/ଭୁବନେଶ୍ବର: ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲା ମାଓବାଦୀ । ମାଓବାଦୀଙ୍କ ବୈପାରୀଗୁଡା ଏରିଆ କମିଟିର ଏସିଏମ ତାଲସେ ହୁଇକା ଆଜି(ରବିବାର) କୋରାପୁଟରେ ଆତ୍ମସମର୍ପଣ କରିଛି । ମହିଳାଙ୍କ ପ୍ରତି ମାଓବାଦୀମାନେ ଉଚିତ୍ ବ୍ୟବହାର ଦେଖାଉନଥିବା ଅଭିଯୋଗରେ ତାଲସେ ଭଳି ମହିଳା ମାଓବାଦୀ ଦଳ ଛାଡୁଥିବା ଡିଜିପି ସୂଚନା ଦେଇଛନ୍ତି ।

ଯନ୍ତ୍ରଣାରେ ଜର୍ଜରିତ ମହିଳା ମାଓବାଦୀ, ଡିଜିଙ୍କ ନିକଟରେ କଲା ଆତ୍ମସମର୍ପଣ

ଡିଜିପିଙ୍କ ସୂଚନା ମୁତାବକ, ତାଲସେର ଘର ନାରାୟଣପାଟଣା ବ୍ଲକରେ । 2012 ମସିହାରେ ତାକୁ ୧୩ ବର୍ଷ ବୟସ ହୋଇଥିବାବେଳେ ମାଓବାଦୀମାନେ ସେମାନଙ୍କ ଜନ ନାଟ୍ୟ ମଣ୍ଡଳୀରେ ଏକ ସଦସ୍ୟ ଭାବେ ତାଲସେକୁ ନେଇଥିଲେ । ଏହାପର ଠୁ ସେ 303 ରାଇଫେଲ ଠାରୁ ଆରମ୍ଭ କରି ଇନସାସ ପର୍ଯ୍ୟନ୍ତ ବ୍ୟବହାର କରିଥିଲା । ମାଓବାଦୀଙ୍କ ଠାରୁ ଉଚିତ ବ୍ୟବହାର ସାଙ୍ଗକୁ ଓଡିଶା ସରକାରଙ୍କ ଦ୍ବାରା ବିଭିନ୍ନ ଗଠନମୂଳକ ପଦକ୍ଷେପରେ ଆକର୍ଷିତ ହୋଇ ଆଜି ପୋଲିସ ନିକଟରେ ସମର୍ପଣ କରିଥିବା ତାଲସେ ଜଣାଇଛି ।

ମୁହଁ ଫେରାଉଛନ୍ତି ମାଓ କ୍ୟାଡର, ତିନି ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ସେପଟେ ମାଲକାନଗିରିରେ ମଧ୍ୟ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ରାଇଧର ଧୁରୁଆ, ମହିଳା କ୍ୟାଡରର ମାଓବାଦୀ ରାମେ ପୋଦିଆମି ଓରଫ ସବିତା । ତେବେ ତାଲସେ ଓ ସବିତା ଅନେକ ଥର ପୋଲିସକୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ । ଏପରିକି ସବିତା କମାଣ୍ଡର ଦାୟିତ୍ବ ତୁଲାଇଛି ଓ ତାଲସେ ଏସିଏମ ଭାବେ କାର୍ଯ୍ୟ ତୁଲାଇ ସେମାନଙ୍କ ସଙ୍ଗଠନରେ ବେଶ୍ ସକ୍ରିୟ ଥିଲେ । ପୋଲିସ ପାର୍ଟିକୁ ଆକ୍ରମଣ କରିବା ଓ ଆମ୍ଵୁସଡ ଲଗାଇ ଆକ୍ରମଣ ପାଇଁ ଯୋଜନା ଆଦି କେସରେ ସେମାନଙ୍କ ସମ୍ପୃକ୍ତି ଥିଲା । ତେବେ ସବିତାଙ୍କ ନାମରେ ଏକ ଲକ୍ଷ ଓ ତାଲସେ ଏବଂ ରାଇଧର ନାଁରେ ଦୁଇ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ।

ମୁହଁ ଫେରାଉଛନ୍ତି ମାଓ କ୍ୟାଡର, ତିନି ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଭାଷାଗତ ସମସ୍ୟା ଯୋଗୁଁ ଏବଂ ସରକାରୀ ସ୍କିମରେ ସୁବିଧା ସୁଯୋଗ ପାଇ ମାଓବାଦୀ ମୁହଁ ଫେରାଇ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ପୋଲିସ ଡିଜିଙ୍କ ମାଲକାନଗିରି ଗସ୍ତବେଳେ ପୋଲିସ ଉପସ୍ଥିତିରେ ସେ ମୁଖ୍ୟସ୍ରୋତରେ ସାମିଲ ହୋଇ ମାଓ ସଗଠନ ଛାଡିଛନ୍ତି । ଏନେଇ ପୋଲିସ ଡିଜି କହିଛନ୍ତି କେବଳ ଏମାନେ ନୁହଁନ୍ତି ଅନ୍ୟମାନେ ବି ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ । ଯଦ୍ବାରା ମାଓବାଦୀଙ୍କ ସଙ୍ଗଠନ ଦୁର୍ବଳ ହୋଇ ଗଞ୍ଜେଇ କାରବାର ଉପରେ ରୋକ ଲଗାଯିବ । ଏନେଇ କନ୍ଧମାଳ ପୋଲିସ ଓ ରାଉଲକେଲା ପୋଲିସ ମଧ୍ୟ ଭଲ କାମ କରି ପର୍ଯାପ୍ତ ପରିମାଣରେ ଗଞ୍ଜେଇ ନଷ୍ଟ ସହ କାରଵାର ଉପରେ ରୋକ ଲଗାଇଛନ୍ତି । ଏଥିପାଇଁ କୋରାପୁଟ ଆଦି ଜିଲ୍ଲାମାନଙ୍କରେ ଅଧିକ ଫୋକସ ଦିଆଯିବ । ଆଜି କୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲା ଗସ୍ତ କରି ମାଓ ସମୀକ୍ଷା କରିଛନ୍ତି ପୋଲିସ ଡିଜି ।

କୋରାପୁଟରୁ ସିଏଚ ଶାନ୍ତାକାର ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 18, 2021, 10:13 PM IST

ABOUT THE AUTHOR

...view details