ଓଡିଶା

odisha

ETV Bharat / state

ବିଗୁଡୁଥିବା ପରିବେଶର ସନ୍ତୁଳନ ରକ୍ଷା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଆଇଆରବି କମାଣ୍ଡାଣ୍ଟ

ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ କୋରାପୁଟ ଆଇଆରବି କ୍ୟାମ୍ପରେ 1 ହଜାର ଗଛ ରୋପଣ କରାଯାଇଛି । ଅଧିକ ପଢ଼ନ୍ତୁ

By

Published : Jul 26, 2023, 12:57 PM IST

କୋରାପୁଟ ଆଇଆରବି କ୍ୟାମ୍ପରେ 1ହଜାର ଗଛ ରୋପଣ
କୋରାପୁଟ ଆଇଆରବି କ୍ୟାମ୍ପରେ 1ହଜାର ଗଛ ରୋପଣ

ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷରୋପଣ

କୋରାପୁଟ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । କୋରାପୁଟ ଭଳି ସମୁଦ୍ର ପତ୍ତନ ଠାରୁ ଏକ ହଜାର ମିଟର ଉଚ୍ଚରେ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଥିବା ଚିନ୍ତାଜନକ ବିଷୟ । ଜୈବ ବିବିଧତାରେ ପରିପୂର୍ଣ୍ଣ ଏଠାକାର ବଣ ଜଙ୍ଗଲରୁ ଅନେକ ପ୍ରଜାତିର ଜୀବଜନ୍ତୁ, କୀଟପତଙ୍ଗ, ଗୁଳ୍ମ, ବୃକ୍ଷ ଲତା ସମୟକ୍ରମେ ଲୁପ୍ତ ହେବାରେ ଲାଗିଛନ୍ତି । ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ।

ଭୁବନେଶ୍ୱରରେ 2014ରେ ଏକ ଛୋଟ ଚିକିତ୍ସା କେନ୍ଦ୍ର ଭାବେ ଜନସେବା ଆରମ୍ଭ କରିଥିବା ସାହା ଟ୍ରଷ୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ବୃକ୍ଷ ରୋପଣ କାର୍ଯ୍ୟ କରୁଛି । ଏହି ପର୍ଯ୍ୟାୟରେ ରାଜ୍ୟ ବିଭିନ୍ନ ପ୍ରାନ୍ତରେ ଏବେ ସୁଦ୍ଧା ସଂସ୍ଥା ଦ୍ୱାରା 3 ଲକ୍ଷ ବୃକ୍ଷ ରୋପଣ କରିସାରିଛି । ଚଳିତ ବର୍ଷ ଆଉ 1 ଲକ୍ଷ ବୃକ୍ଷ ରୋପଣ କରିବାର ଲକ୍ଷ୍ୟ ରଖିଥିବା ସଂସ୍ଥାର ଅଧ୍ୟକ୍ଷ କହିଛନ୍ତି ।

ସଂସ୍ଥାର ଅଧ୍ୟକ୍ଷ ଜୀବନ ବାବା କହିଛନ୍ତି, ‘‘ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ କାରଣରୁ ଗଛକଟା ଯିବା ଫଳରେ ଅଭାବୀ ବର୍ଷା ଓ ତାପମାତ୍ରା ଜନିତ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ କରାଯିବା ନେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ପ୍ରଥମେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥିବା ବେଳେ ବର୍ତ୍ତମାନ ଗଛ ଦାତାଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 20 ହଜାର ପରିବାର ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ଘରେ ଅନ୍ତତଃ ପକ୍ଷେ ଦୁଇଟି ବୃକ୍ଷ ରୋପଣ କରାଯାଇଛି । ଏହି ଧାରାରେ 50 ହଜାର ପରିବାର ସହିତ ସମ୍ପର୍କ ସ୍ଥାପନ କରି ଘରେ ଘରେ ଉଦ୍ୟାନ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।’’

କମାଣ୍ଡର ଜୁରିଆ ବେହେରା କହିଛନ୍ତି,‘‘ଆଇଆରବି ଯବାନ ନିଜ ନିଜ କାମ ସରିବା ପରେ ଶ୍ରମଦାନ କରି ଆଇଆରବି ପରିସରରେ ଏକ ସୁନ୍ଦର ଉଦ୍ୟାନ ସୃଷ୍ଟି କରିପାରିଛନ୍ତି । ଏହି ପ୍ରୟାସର ଅଂଶ ଭାବେ ଏହି ପରିସରରେ ଥିବା 5 ଏକର ଜାଗାରେ 2000 କଫି ଗଛ ଲଗାଇବା ସାଙ୍ଗକୁ ବାକି ସ୍ଥାନରେ ଆମ୍ବ, ପଣସ ଓ ବିଭିନ୍ନ ଜାତିର ଫୁଲ ଗଛ ଲଗା ଯାଇଛି । ବୃକ୍ଷ ଲତା, ପଶୁ, ପକ୍ଷୀଙ୍କ ସହ ସହାବସ୍ଥାନ କରିବାର ଆବଶ୍ୟକତାକୁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ଆଇଆରବିର ପରିସରରେ ହଂସ, ଠେକୁଆ ଓ ବିଭିନ୍ନ ପକ୍ଷୀ ପାଳନ କରି କୋରାପୁଟବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।’’

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details