କୋରାପୁଟ: କୋଟିଆ ଓ ସମ୍ବାଇ ଭଳି ଆନ୍ଧ୍ରପ୍ରଦେଶ ସହ ସୀମା ବାଣ୍ଟୁଥିବା ପଞ୍ଚାୟତ ହେଉ ବା କୋରାପୁଟ ଜିଲ୍ଲାର ଚାନ୍ଦିଲି ଭଳି ଛତିଶଗଡକୁ ଲାଗିଥିବା ପଞ୍ଚାୟତ, ସମସ୍ତ ସୀମାନ୍ତବର୍ତ୍ତୀ ପଞ୍ଚାୟତରେ ଚଳିତବର୍ଷ ଓଡିଶା ଦିବସ କୋଭିଡ ନିୟମର ପରିଧିରେ ରହି ହର୍ଷ ଉଲ୍ଲାସର ସହ ପାଳିତ ହେବ । ଏନେଇ ଗତକାଲି(ମଙ୍ଗଳବାର) କୋରାପୁଟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଆ ଦିବସ ପାଳନର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟର ସୀମାନ୍ତବର୍ତ୍ତୀ ପଞ୍ଚାୟତରେ ପାଳନ ହେବ ‘ଓଡିଶା ଦିବସ’
ଚଳିତବର୍ଷ କୋରାପୁଟ ସମସ୍ତ ସୀମାନ୍ତବର୍ତ୍ତୀ ପଞ୍ଚାୟତରେ କୋଭିଡ ନିୟମର ପରିଧିରେ ରହି ହର୍ଷ ଉଲ୍ଲାଶର ସହ ପାଳିତ ହେବ ଓଡିଶା ଦିବସ । ନେଇ କୋରାପୁଟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଆ ଦିବସ ପାଳନର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
କୋରାପୁଟ ସମସ୍ତ ସୀମାନ୍ତବର୍ତ୍ତୀ ପଞ୍ଚାୟତରେ ପାଳିତ ହେବ ‘ଓଡିଶା ଦିବସ’
ଏଥି ସହିତ ସମଗ୍ର ଜିଲ୍ଲାରେ ଆସନ୍ତା କିଛିଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସଂସ୍ଥା, ଅନୁଷ୍ଠାନ, ଦୋକାନ, ବଜାର ଓ ବିଦ୍ୟାଳୟ ଫଳକ ଗୁଡିକରେ ଓଡିଆ ଭାଷାରେ ଲେଖା ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ଜଣାଇଛନ୍ତି । ଓଡିଶା ଦିବସ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Mar 24, 2021, 6:01 PM IST