ଓଡିଶା

odisha

ETV Bharat / state

ହାପକୀଡୋ ବକ୍ସିଂରେ ଭାଗ ନେବେ ଓଡିଆ ବକ୍ସର - ବକ୍ସିଂ ଆସୋସିଏସନ

ଚଳିତ ବର୍ଷରୁ ଓଡିଶାର ଖେଳାଳି ହାପକୀଡୋ ବକ୍ସିଂ ଚାମ୍ପିଆନସିପରେ ଯୋଗ ଦେଇପାରିବେ । ଏ ନେଇ ସୂଚନା ଦେଇଛନ୍ତି ହାପକୀଡୋ ବକ୍ସିଂ ନ୍ୟାସନାଲ ଫେଡରେସନର ସାଧାରଣ ସମ୍ପାଦକ ରାଜ ୱାଗତକର । ଅଧିକ ପଢନ୍ତୁ...

ହାପକୀଡୋ ବକ୍ସିଂ ଭାଗ ନେବେ ଓଡିଆ ବକ୍ସର
ହାପକୀଡୋ ବକ୍ସିଂ ଭାଗ ନେବେ ଓଡିଆ ବକ୍ସର

By

Published : Aug 31, 2021, 7:10 AM IST

କୋରାପୁଟ:ବକ୍ସିଂକୁ ପ୍ରୋତ୍ସାହନ । ଚଳିତ ବର୍ଷରୁ ଓଡିଶାର ଖେଳାଳି ହାପକୀଡୋ ବକ୍ସିଂ ଚାମ୍ପିୟାନସିପରେ ଯୋଗ ଦେଇପାରିବେ । ଏ ନେଇ ସୂଚନା ଦେଇଛନ୍ତି ହାପକୀଡୋ ବକ୍ସିଂ ନ୍ୟାସନାଲ ଫେଡରେସନର ସାଧାରଣ ସମ୍ପାଦକ ରାଜ ୱାଗତକର ।

ହାପକୀଡୋ ବକ୍ସିଂ ଭାଗ ନେବେ ଓଡିଆ ବକ୍ସର

ଗତ ଦଶ ବର୍ଷ ଧରି ନ୍ୟାସନାଲ ଚମ୍ପିଆନସିପ ଆୟୋଜିତ କରି ଆସୁଥିବା ଏହି ଫେଡରସନ ଦ୍ବାରା ଚଳିତ ବର୍ଷ ଓଡିଶା ହାପକୀଡୋ ବକ୍ସିଂ ଆସୋସିଏସନକୁ ମାନ୍ୟତା ପ୍ରଦାନ କରିଛି । କୋରାପୁଟରେ ଆୟୋଜିତ ରାଜ୍ୟସ୍ତରୀୟ ରେଫେରି ଚୟନ ତଥା ଶିକ୍ଷାର୍ଥୀଙ୍କ ଜାତୀୟ ପରୀକ୍ଷା ଶିବିରରେ ମହାରାଷ୍ଟ୍ରରୁ ଆସିଥିବା ଫେଡରେସନର ସାଧାରଣ ସମ୍ପାଦକ ରାଜ ୱାଗତକର ଓଡ଼ିଶାର ଶିକ୍ଷାର୍ଥୀଙ୍କ ମଧ୍ୟରେ ଉନ୍ନତ ମାନର ଦକ୍ଷତା ରହିଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଆଗକୁ ଯେତେ ସବୁ ବକ୍ସିଂ ଉଭେଣ୍ଟ ହେବ ଓଡିଶା ସେଥିରେ ଅଶଂଗ୍ରହଣ କରିବ । ଅନେକ କ୍ରୀଡାରେ ନ୍ୟାସନାଲ ସ୍ତରରେ ପହଞ୍ଚିସାରିଛି ଓଡିଶା । ବକ୍ସିଂରେ ମଧ୍ୟ ଓଡିଶାର ବହୁ ପ୍ରତିଭାବାନ ଖେଳାଳି ମିଳିବେ ବୋଲି କହିଛନ୍ତି ରାଜ ୱାଗତକର ।

ଓଡିଶା ହାପକୀଡୋ ବକ୍ସିଂ ଆସୋସିଏସନର ସମ୍ପାଦକ ପ୍ରଫେସର ପି.ସି.ଦଳାଇ ଓଡ଼ିଶାର କ୍ରୀଡ଼ାବିତଙ୍କ ପାଖରେ ଏହି କ୍ରୀଡା ପ୍ରତି ଥିବା ଆଗ୍ରହ ଥିବା କହିଛନ୍ତି । ଜାତୀୟ ସ୍ତରରେ ଯୋଗଦାନ କରି ସୁନାମ ଅର୍ଜନ କରିବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଆଶା ପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details