ଓଡିଶା

odisha

ETV Bharat / state

ନିଜ ପାଣ୍ଠିରୁ ରାଜ୍ୟ ସରକାର କେତେ ରାସ୍ତା ନିର୍ମାଣ କରିଛନ୍ତି ଶ୍ଵେତପତ୍ର ଦିଅନ୍ତୁ: ବିଜେପି ପ୍ରଭାରୀ

ଆଜି କୋରାପୁଟ ଜିଲ୍ଲାର ସୁଙ୍କି ଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକ ତଥା ପୌରାଞ୍ଚଳର କିଛି ଗାଁ କୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 9 ବର୍ଷ ଶାସନ ସମୟରେ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । ଅଧିକ ପଢନ୍ତୁ

By

Published : Jun 12, 2023, 10:15 PM IST

ନିଜ ପାଣ୍ଠିରୁ ରାଜ୍ୟ ସରକାର କେତେ ରାସ୍ତା ନିର୍ମାଣ କରିଛନ୍ତି ଶ୍ଵେତପତ୍ର ଦିଅନ୍ତୁ: ବିଜେପି ପ୍ରଭାରୀ
ନିଜ ପାଣ୍ଠିରୁ ରାଜ୍ୟ ସରକାର କେତେ ରାସ୍ତା ନିର୍ମାଣ କରିଛନ୍ତି ଶ୍ଵେତପତ୍ର ଦିଅନ୍ତୁ: ବିଜେପି ପ୍ରଭାରୀ

ନିଜ ପାଣ୍ଠିରୁ ରାଜ୍ୟ ସରକାର କେତେ ରାସ୍ତା ନିର୍ମାଣ କରିଛନ୍ତି ଶ୍ଵେତପତ୍ର ଦିଅନ୍ତୁ: ବିଜେପି ପ୍ରଭାରୀ

କୋରାପୁଟ: ଗରିବଙ୍କ ଜୀବନକୁ ସହଜ ସରଳ କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ, ସହ ଶୌଚାଳୟ ପ୍ରଦାନ କରୁଛନ୍ତି । ମା’ ମାନେ ନିରାପଦରେ ଓ ଧୂଆଁ ବିହୀନ ରୋଷେଇ କରିବା ପାଇଁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ପ୍ରଦାନ କରାଯାଉଛି । ଏହା ଦ୍ବାରା ସମାଜର ନିମ୍ନସ୍ତରରେ ଥିବା ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆସିବା ସହ ଆର୍ଥିକ ସ୍ତରରେ ସେମାନେ ସୁଦୃଢ ହେଉଛନ୍ତି । କିନ୍ତୁ ଏଠି ରାଜ୍ୟ ସରକାର ନିଜ ଦାୟିତ୍ବ ତୁଳାଇବାରେ ବିଫଳ ହୋଇଛନ୍ତି। ଆଜି କୋରାପୁଟରେ ବିଜେଡି ସରକାର ବିରୋଧରେ ଏଭଳି ବର୍ଷିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ।

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ 9 ବର୍ଷ ପୂର୍ତ୍ତୀ ଅବସରରେ ଆଜି କୋରାପୁଟରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ସାମିଲ ହୋଇ ଡି. ପୁରନ୍ଦେଶ୍ବରୀ କହିଛନ୍ତି, ‘‘ଗ୍ରାମଞ୍ଚଳରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ 1.8 ଲକ୍ଷ ଟଙ୍କା, ଶୌଚାଳୟ ନିର୍ମାଣ ପାଇଁ 15,000 ଟଙ୍କା ଦେଉଥିବା ବେଳେ ତାହାକୁ ରାଜ୍ୟ ସରକାର ଅଧିକାଂଶ ହିତାଧିକାରୀଙ୍କ ପାଖରେ ପହଞ୍ଚାଇ ପାରୁନାହାଁନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ଯୋଜନାର ନାଁ ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି ।’’

ଆଜି କୋରାପୁଟ ଜିଲ୍ଲାର ସୁଙ୍କି ଠାରୁ ଆରମ୍ଭ କରି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ସେମିଳିଗୁଡା ଓ କୋରାପୁଟ ବ୍ଲକ ତଥା ପୌରାଞ୍ଚଳର କିଛି ଗାଁ କୁ ଯାଇ ମୋଦିଙ୍କ 9 ବର୍ଷ ଶାସନ ସମୟରେ ନିଆଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଜନତା ଙ୍କୁ ଅବଗତ କରାଇଥିଲେ । ପରେ କୋରାପୁଟ ଜିଲ୍ଲା ଦେଇ ଯାଉଥିବା ଭାରତମାଳା ସଡକ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ବିଜେପି ପ୍ରଭାରୀ। ଏନେଇ ପୁରନ୍ଦେଶ୍ବରୀ କହିଛନ୍ତି କେନ୍ଦ୍ର ସରକାର ଭାରତମାଳା ଭଳି ବ୍ୟୟ ବହୁଳ ସଡକ ଏହି ଅଞ୍ଚଳରେ ନିର୍ମାଣ କରି ଜନତା ଙ୍କ ବିକାଶ କ୍ଷେତ୍ରରେ ସହାୟକ ହୋଇଥିବା ବେଳେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଗ୍ରାମାଞ୍ଚଳରେ କେତେ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ତାର ଏକ ଶ୍ବେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ।

ସେହିପରି ଡାଙ୍ଗଦେଉଳାର ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପହଞ୍ଚି ପାରିନଥିବା ଯୋଗୁଁ ସ୍ଥାନୀୟ ବିଧାୟକଙ୍କ ଅପାରଗତାକୁ ଦାୟୀ କରିଛନ୍ତି । ସାଧାରଣ ଜନତାଙ୍କ ସମସ୍ୟା ଶୁଣୁନଥିବା ନେତାଙ୍କୁ ଲୋକେ କାହିଁକି ଭୋଟ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details