ଓଡିଶା

odisha

ETV Bharat / state

ସମାଧାନ ହେଲା ଓଡିଶା ଓ ଆନ୍ଧ୍ର ସୀମାନ୍ତ ଦୁଇ ଗ୍ରାମର ସୀମା ବିବାଦ - କୋରାପୁଟ ଗ୍ରାମ ବିବାଦ ପ୍ରସଙ୍ଗ

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସାମ୍ବାଇ ପଞ୍ଚାୟତର ଜାମୁଗୁଡା ସୀମାନ୍ତରେ ରହିଥିବା ଓଡିଶା ଓ ଆନ୍ଧ୍ରପ୍ରଦେଶର ଗାଁ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ସମାଧାନ ହୋଇଛି । ଅଧିକ ପଢନ୍ତୁ...

ସମାଧାନ ହେଲା ଓଡିଶା ଓ ଆନ୍ଧ୍ର ସିମାନ୍ତ ଦୁଇ ଗ୍ରାମର ସୀମା ବିବାଦ
ସମାଧାନ ହେଲା ଓଡିଶା ଓ ଆନ୍ଧ୍ର ସିମାନ୍ତ ଦୁଇ ଗ୍ରାମର ସୀମା ବିବାଦସମାଧାନ ହେଲା ଓଡିଶା ଓ ଆନ୍ଧ୍ର ସିମାନ୍ତ ଦୁଇ ଗ୍ରାମର ସୀମା ବିବାଦ

By

Published : Mar 18, 2021, 9:44 PM IST

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସାମ୍ବାଇ ପଞ୍ଚାୟତର ଜାମୁଗୁଡା ସୀମାନ୍ତ ଓଡିଶା ଓ ଆନ୍ଧ୍ରପ୍ରଦେଶର ଦୁଇ ଗାଁ ମଧ୍ୟରେ ଦୀର୍ଘ ଦିନ ଧରି ଲାଗିରହିଥିହା ବିବାଦ ସମାଧାନ ହୋଇଛି । ଜମି ବିବାଦକୁ ସୀମାର ଉଭୟ ପାଖରେ ବସବାସ କରୁଥିବା ଗ୍ରାମବାସୀ ପରସ୍ପରର ବୁଝାମଣା ମାଧ୍ୟମରେ କିଛି ମାତ୍ରାରେ ସମାଧାନ କରି ଶାନ୍ତି ପ୍ରତିଷ୍ଠା କରିଛନ୍ତି ।

ସମାଧାନ ହେଲା ଓଡିଶା ଓ ଆନ୍ଧ୍ର ସିମାନ୍ତ ଦୁଇ ଗ୍ରାମର ସୀମା ବିବାଦ

ସୂଚନା ଅନୁସାରେ ଓଡିଶାର ଜାମୁଗୁଡା ଗ୍ରାମ ସହ ଆନ୍ଧ୍ରପ୍ରଦେଶର ମିଟାମ ଗ୍ରାମ ମଧ୍ୟରେ ସୀମାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା । ତେବେ ଦୁଇ ଗ୍ରାମବାସୀଙ୍କ ସହମତିରେ ଏକ ପାର୍ଶ୍ଵରେ 'O' (ଓଡିଶା) ଏବଂ ଅନ୍ୟପାର୍ଶ୍ବରେ 'A' ( ଆନ୍ଧ୍ରପ୍ରଦେଶ) ଲେଖାଯାଇଥିବା ଛଅ ଗୋଟି ସିମେଣ୍ଟ ପୋଲ କିଛିଦିନ ପୂର୍ବେ ପ୍ରଶାସନିକ ଅଧିକାରୀ ଚିହ୍ନଟ କରିଥିବା ସୀମାର ବିଭିନ୍ନ ସ୍ଥାନ ଗୁଡିକରେ ପୋତାଯାଇଥିବା ସୂଚନା ରହିଛି । ଉଭୟ ଗ୍ରାମ ମଧ୍ୟରେ ଜମି ବିବାଦକୁ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ମିଟାମର ଲୋକେ ଜବରଦଖଲ କରିଥିବା ଜମି ଛାଡିବା ସହ ଖୁଣ୍ଟ ପୋତିବା ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ । ଓଡିଶା ପକ୍ଷରୁ ମୁଷୁରୀ ତାଉଡୁ, ବିକୁଣୁ ଗୁଣ୍ଠା,ନାଗେଶ ହାନ୍ତାଳ,ସରବୁ ଗୁଣ୍ଠା,ଲାଚାନା ହନ୍ତାଳ, ସୁବେ ଗୁଣ୍ଠା ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ମିଟାମ ଗ୍ରାମର ରଘୁ ହାନ୍ତାଳ,ଅର୍ଜୁନ ହନ୍ତାଳ ଏବଂ ଗ୍ରାମର ଆଉ 4 ଜଣ ବ୍ୟକ୍ତି ଆଲୋଚନାରେ ଉପସ୍ଥିତ ରହି ସ୍ଥାୟୀ ସମାଧାନର ବାଟ ଖୋଜିବାକୁ ଆରମ୍ଭ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details