ଓଡିଶା

odisha

ETV Bharat / state

ଓଡିଆ ଖାଇବେ କୋରାପୁଟ ପଣସ ଚିପ୍ସ

କେରଳ, ତାମିଲୁନାଡୁ ପରେ ଓଡିଆ ଲୋକେ ଖାଇବେ ପଣସ ଚିପ୍ସ । ତାହା ପୁଣି ପୁରା ଦେଶୀ ଉପାୟରେ । ଖୁବ ଶୀଘ୍ର କୋରପୁଟ ମାର୍କେଟ ସହ ପାଖଆଖ ଅଞ୍ଚଳକୁ ରପ୍ତାନୀ କରାଯିବା ଏହି ଚିପ୍ସ ।

By

Published : Jul 1, 2019, 2:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ବିଦେଶୀ ଚିପ୍ସକୁ ଟକ୍କର ଦେବ ଦେଶୀ ଚିପ୍ସ । ଖୁବଶୀଘ୍ର ଓଡ଼ିଶା ମାର୍କେଟକୁ ଆସିବ ପଣସ ଚିପ୍ସ । ଏହାକୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଲକ୍ଷ୍ମୀପୁର ବ୍ଲକର କେଲାରବାସୀ । କଞ୍ଚା ପଣସକୁ ତରକାରୀ କିମ୍ବା ପାଚିଲେ ଖିଆଯାଇଥାଏ । କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣି ସ୍ବାବଲମ୍ବୀ ହୋଇପାରିଛନ୍ତି ନିରୀହ ଆଦିବାସୀ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପୂର୍ବରୁ କେରଳ, ତାମିଲନାଡୁରେ ପଣସ ଚିପ୍ସର ଚାହିଦ ବେଶ ରହିଛି । ତେବେ ପ୍ରଥମ ଲାଗି ଓଡ଼ିଶାର କୋରାପୁଟରେ ପଣସ ଚିପ୍ସ ପ୍ରସ୍ତୁତ ହେଉଛି । ଅରମାସ ଓ ୱାର୍ଡର ମିଳିତ ଉଦ୍ୟମରେ ଲକ୍ଷ୍ମୀପୁର ବ୍ଲକର ସୋରିଷପଦର, କେଲାର ଓ ଡୋଲିଆମ୍ବ ଗାଁର ମହିଳାମାନେ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସେବା କରୁଥିବା ମହିଳାଙ୍କୁ କେରଳରୁ ଆସିଥିବା ତାମିଲ ପ୍ରାପ୍ତ ଅଧିକାରୀ ତାମିଲ ଦେଉଛନ୍ତି ।

ଖରା ଦିନ ଆସିଲେ କୋରାପୁଟ ହୋଇଯାଏ ପଣସମୟ । ଯାହା ଯେତିକି ନିଜ ଅଞ୍ଚଳରେ ବିକ୍ରୀ ହୁଏ ଆଉ ବଳକା ଶାଗମାଛ ଦରରେ ରାୟପୁର ବ୍ୟବସାୟୀଙ୍କୁ ବିକ୍ରୀ କରିବାକୁ ପଡ଼େ। କିନ୍ତୁ ଏବେ ବ୍ୟବସାୟୀଙ୍କୁ ହତାଶ ହେବାକୁ ପଡିବ ନାହିଁ । ନିଜ ପରିଶ୍ରମର ଫଳ ଏବେ ବୃଥା ଯିବନି ।

ବିନା ରସାୟନ ପଦାର୍ଥରେ ଏହା ପ୍ରସ୍ତୁତ ହେଉଥିବା ବେଳେ ଅନେକ ଦିନ ଧରି ରହିପାରିବ ଏହି crispy (ମୁଡମୁଡିଆ) ଚିପ୍ସ । ତେବେ ଏହା କେବଳ କୋରାପୁଟ ନୁହେଁ ପାଖଆଖ ଅଞ୍ଚଳକୁ ମଧ୍ୟ ରପ୍ତାନୀ ହେବ । ଏ ନେଇ ଅରମାସ ସହାୟତା ଯୋଗାଇବ ବୋଲି ଜିଲ୍ଲାଧିକାରୀ ରୋଷନ କାର୍ତ୍ତିକ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାରା, ଇଟିଭି ଭାରତ

ABOUT THE AUTHOR

...view details