ଓଡିଶା

odisha

ETV Bharat / state

ବ୍ୟାଙ୍କ ପରିସରରେ ନାହିଁ ପାର୍କିଙ୍ଗ ବ୍ୟବସ୍ଥା, ରାସ୍ତାରେ ଟ୍ରାଫିକ ସମସ୍ୟା - people

ବ୍ୟାଙ୍କ ପରିସରରେ ଗ୍ରାହକଙ୍କ ପାଇଁ ଆବଶ୍ୟକ ହେଉଥିବା ପାର୍କିଙ୍ଗ୍ ର ବ୍ୟବସ୍ଥା ନଥିବା ଯୋଗୁଁ  ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଫଟୋ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

By

Published : May 5, 2019, 11:29 AM IST

କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମା ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ଖୋଲିଛି ମାଳ ମାଳ ବ୍ୟାଙ୍କ । କିଛି ବ୍ୟାଙ୍କ ନିଜସ୍ୱ ପରିସର ମଧ୍ୟରେ ବ୍ୟବସାୟ କରୁଥିବା ବେଳେ ଆଉ କିଛି ବ୍ୟାଙ୍କ ବେସରକାରୀ ଘର ଗୁଡିକୁ ଭଡା ସୂତ୍ରରେ ନେଇ ବ୍ୟବସାୟ ଚଳାଇଛନ୍ତି । କିନ୍ତୁ ବ୍ୟାଙ୍କ ପରିସରରେ ଗ୍ରାହକଙ୍କ ପାଇଁ ଆବଶ୍ୟକ ହେଉଥିବା ପାର୍କିଙ୍ଗ୍ ର ବ୍ୟବସ୍ଥା ନଥିବା ଯୋଗୁଁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

ଗ୍ରାହକମାନେ ବ୍ୟାଙ୍କର ଠିକ୍ ସାମ୍ନାରେ ଗାଡିମଟର ରଖୁଥିବା ଯୋଗୁଁ ବୟସ୍କ ବ୍ୟକ୍ତିଙ୍କ ପାଇଁ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିବା ଏକ କଠିନ ବ୍ୟାପାର ବୋଲି ସହରର ଜଣେ ବରିଷ୍ଠ ନାଗରିକ ଜଣାଇଛନ୍ତି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

ତେବେ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ୟାଙ୍କଗୁଡିକ ନିଜସ୍ୱ ପାର୍କିଙ୍ଗ୍ ର ବ୍ୟବସ୍ଥା ସୃଷ୍ଟି କରିବା ଅଥବା ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପୌରପାଳିକା ବ୍ୟାଙ୍କଗୁଡିକୁ ନୋଟିସ ଜାରି କରିଛନ୍ତି ।

ଏପଟେ ବ୍ୟାଙ୍କଟିଏ ଖୋଲିଲା ସମୟରେ କିପରି ପୌରପାଳିକାର ଅନୁମତି ନିଆଯାଇନାହିଁ ଏନେଇ ବରିଷ୍ଠ ଓକିଲ ଅଜିତ ପାତ୍ର ପ୍ରଶ୍ନ କରିଛନ୍ତି । ଏଥିସହ ବେସରକାରୀ ଘରଗୁଡିକରେ ବ୍ୟାଙ୍କ ଖୋଲା ହୋଇଥିବା କାରଣରୁ ବର୍ତ୍ତମାନ ପାର୍କିଙ୍ଗ ବ୍ୟବସ୍ଥା ସୃଷ୍ଟି କରିବା ସମ୍ଭବ ନୁହେଁ । ତେଣୁ ବ୍ୟାଙ୍କ ଗୁଡିକ ବିକଳ୍ପ ବ୍ୟବସ୍ଥା ଆପଣାଇବା ପାଇଁ ସେ ଦାବି କରିଛନ୍ତି ।


କୋରାପୁଟରୁ ସି.ଏଚ୍ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details