କୋରାପୁଟ:ପୁଣି ଅଲୋଡା ନବଜାତ । ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡାର ଏକ ଗୁହାଳରୁ ନବଜାତ ପୁତ୍ର ଶିଶୁ ଉଦ୍ଧାର ଉଦ୍ଧାର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିଛନ୍ତି । ଶନିବାର ଦିନ ଆମ୍ବାଗୁଡା ନିୟୁ କଲୋନୀରେ ଏକ ଭଙ୍ଗା ଗାଡି ପାଖରେ କୁକୁର ଛୁଆ ସହ ଏକ ନବଜାତ ପଡିରହିଥିବା ଦେଖିଥିଲେ ଜଣେ ଗ୍ରାମବାସୀ । କଲୋନୀର ଟୁନି ଖୋସଲା ଦେଖିବା ପରେ ପ୍ରଥମେ ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: World Kindness Day: ଦୟାଳୁ ମନୋଭାବ ଏକତାର ପ୍ରଥମ ସୋପାନ
ଖବରପାଇ ରାଜେଶ୍ରୀ ଦାଶ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ । ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବର୍ତ୍ତମାନ ଶିଶୁପୁତ୍ରଟି ସଂପୂର୍ଣ୍ଣ ବିପଦ ମୁକ୍ତ ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସଂଦିପ ତ୍ରିପାଠୀ କହିଛନ୍ତି । ଏନେଇ ଡିସିପିଓ କହିଛନ୍ତି, "ଆମ୍ବାଗୁଡା ନିୟୁ କଲୋନୀରେ ଟୁନି ଖୋସଲା ନାମକ ଜଣେ ବାସିନ୍ଦାଙ୍କ ବାରିପଟେ ଏକ ଭଙ୍ଗା ଗାଡି ରହିଥିଲା । ସେଥିରେ କୁକୁର ଛୁଆ ଜନ୍ମ ଦେଇଥିବାବେଳେ ଏକ ନବଜାତ ମଧ୍ୟ ରହିଥିଲା ।