ଓଡିଶା

odisha

ETV Bharat / state

କୋରାପୁଟରେ NCCର ସ୍ବତନ୍ତ୍ର ତାଲିମ ଶିବିର, ଅଶଂଗ୍ରହଣ କରିଛନ୍ତି 4 ଜିଲ୍ଲାର କ୍ୟାଡେଟ - ଏନସିସିର ସ୍ବତନ୍ତ୍ର ତାଲିମ ଶିବିର

କୋରାପୁଟ ଜିଲ୍ଲାରେ NCCର ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

କୋରାପୁଟରେ NCCର ସ୍ବତନ୍ତ୍ର ତାଲିମ ଶିବିର, ଅଶଂଗ୍ରହଣ କରିଛନ୍ତି 4 ଜିଲ୍ଲାର କ୍ୟାଡେଟ
କୋରାପୁଟରେ NCCର ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ

By

Published : Oct 15, 2021, 12:28 PM IST

Updated : Oct 15, 2021, 8:33 PM IST

କୋରାପୁଟ:କୋରାପୁଟରେ ଚାଲିଛି ଅବିଭକ୍ତ ଜିଲ୍ଲାସ୍ତରୀୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ । ଏଥିରେ NCCର ସ୍ବତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଯୁବଗୋଷ୍ଠୀଙ୍କୁ ଆକସ୍ମିକ ଦୁର୍ଘଟଣାର ସାମନା କରିବାର କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଛି ।

କୋରାପୁଟରେ NCCର ସ୍ବତନ୍ତ୍ର ତାଲିମ ଶିବିର, ଅଶଂଗ୍ରହଣ କରିଛନ୍ତି 4 ଜିଲ୍ଲାର କ୍ୟାଡେଟ

ଗୁଳି ଫୁଟାଇବା, ପ୍ୟାରେଡ଼ କରିବା ଭଳି NCCର ଗତାନୁଗତିକ ଅଭ୍ୟାସର ମାନକୁ ଵୃଦ୍ଧି କରିବାର ତାଲିମ ଦିଆଯାଇଛି । ଏଥିରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଵିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା 122 ଜଣ ଏନସିସି କ୍ୟାଡେଟ ସାମିଲ ହୋଇଛନ୍ତି ।

ସେପଟେ ଏହି କ୍ୟାଡେଟଙ୍କୁ ଆକସ୍ମିକ ଦୁର୍ଘଟଣାକୁ ସାମନା କରିବା, ଆତ୍ମ ସୁରକ୍ଷାର କୌଶଳ, ପ୍ରାକୃତିକ ବିପର୍ଯୟ ସମୟରେ ଜନଧନର ସୁରକ୍ଷା କରିବା ପ୍ରଭୃତି ବିଷୟରେ ମଧ୍ୟ ତାଲିମ ଦିଆଯାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Oct 15, 2021, 8:33 PM IST

ABOUT THE AUTHOR

...view details