କୋରାପୁଟ: ପୁଣି ଧାରଣାରେ ବସିଲେ ବିସ୍ଥାପିତ । ନାଲକୋ ଦେଇଥିବା ପ୍ରତିଶ୍ରୁତି ନ ରଖିବା ଅଭିଯୋଗରେ ଖଣିକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି । କିଛିଦିନ ପୂର୍ବେ ନାଲକୋ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ବିସ୍ଥାପିତ ପରିବାରଙ୍କ ଥଇଥାନ ପାଇଁ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାର ଉଚ୍ଚସ୍ତରୀୟ କମିଟିର ଆଲୋଚନା ହୋଇଥିଲା ।
ପ୍ରତିଶୃତି ପାଳିଲାନି ନାଲକୋ, ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲେ ବିସ୍ଥାପିତ - ଆନ୍ଦୋଳନକୁ ଓହ୍ଲାଇଲେ ବିସ୍ଥାପିତ
ପ୍ରତିଶ୍ରୁତି ଦେଇ ପୂରଣ ପାଳନ ନ କରିବା ଅଭିଯୋଗରେ ନାଲକୋ ଖଣି ରାସ୍ତା ଅବରୋଧ କଲେ ବିସ୍ଥାପିତ । ଅଧିକ ପଢନ୍ତୁ...
ନାଲକୋ ପ୍ରତିଶ୍ରୁତି ନରଖିବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲେ ବିସ୍ଥାପିତ
କିନ୍ତୁ ପ୍ରତିଶ୍ରୁତି ମୁତାବକ ନାଲକୋ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ସେହି ଆଲୋଚନାର ଲିଖିତ ବିବରଣୀ ବିସ୍ଥାପିତ ପରିବାରଙ୍କୁ ଦେଉନାହିଁ । ଫଳରେ ଆଜି(ଶୁକ୍ରବାର) ଠାରୁ ଏହି ବିସ୍ଥାପିତ ପରିବାରଗୁଡିକ ପୁଣିଥରେ ନାଲକୋ ଖଣିକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଘଟଣାସ୍ଥଳରେ କୋରାପୁଟ ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଓ ତହସିଲଦାର ରଞ୍ଜନ କୁମାର ମାନସିଂ ପହଞ୍ଚି ଲୋକଙ୍କ ସହ କଥା ହୋଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ